ସମ୍ବଲପୁର,୦୩/୦୪: ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକିୟା ଦେଇ କହିଛନ୍ତି ଯେ, ଆଜି ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅଧିନର ସବୁ ଜିଲ୍ଲାର ଏସପି ମାନଙ୍କ ସହିତ ସମୀକ୍ଷ ବୈଠକ କରୁଛନ୍ତି । ଜିଲ୍ଲା ମାନଙ୍କର ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରିବେ । ମାଓ ଅଞ୍ଚଳରେ କିଭଲି ସୁରକ୍ଷା ରହିବ ସେ ନେଇ ମଧ୍ୟ ସମୀକ୍ଷା କରିଵେ। ଆଗକୁ ଥିବା ରାମ ନବମୀ ଓ ହନୁମାନ ଜୟନ୍ତି ପାଇ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବେ। ସମ୍ବଲପୁରରେ ସଂଧ୍ୟା ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ଆଇନ ଶୃଙ୍ଖଲା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ । ମାଓ ଦମନ ରାଜ୍ୟରେ କମି କମି ଆସୁଛି । ଉତ୍ତରାଂଚଳ ଅଞ୍ଚଳରେ ଗୋଟିଏ ସ୍ଥାନରେ ଏବେ ବି ଚାଲିଛି ମାଓ ଅପରେସନ । ଅନ୍ୟ ସ୍ଥାନରେ ମଧ୍ୟ ଚାଲିଛି । ଛତିଶଗଡ- ଆନ୍ଧ୍ର ସିମାରେ ତୀକ୍ଷ୍ଣ ନଜର ରଖାଯାଇଛି । ବିଭିନ୍ନ ସ୍ଥାନରେ ଅପରେସନରେ ସଫଳତା ମଧ୍ୟ ମିଲିଛି । ଜାନୁଆରୀ ରେ ନୁଆପଡାରେ ବଡ ଅପରେସନ ଓଡିଶା- ଛତିଶଗଡ ପୁଲିସ ଓ ସିଆରପିଏଫ ମିଲିତ ଭାବେ ସଫଳତା ହାସଲ କରିଛନ୍ତି । ଯେଉଁ ଜିଲ୍ଲାରେ ମାଓ ସକ୍ରିୟ ଅଛନ୍ତି ସେହିଁ ସ୍ଥାନରେ ଅପରେସନ ଚାଲିଛି । ହିଂସା କୁ ତ୍ୟାଗ କରି ମୁଖ୍ୟ ସ୍ତ୍ରୋତରେ ସାମିଲ ହୁଅ । ଓଡିଶାରେ ଆତ୍ମସର୍ମପଣ ପଲିସ ଭଲ ରହିଛି । ଏଣୁ ସେମାନେ ଆସି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପୁଲିସ ଡିଜି ମାଓବାଦୀଙ୍କୁ ଆହ୍ବାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ।