ମାଷ୍ଟର କ୍ୟାଣ୍ଟିନ୍ ଛକରେ ଗର୍ଜିଲା ଉଠ ଓଡ଼ିଆ ସଙ୍ଗଠନ,ଓଡିଶାର ହକ୍ ପାଇଁ ଲଢିବାକୁ ଆହ୍ବାନ।

0 274

ଖୋର୍ଦ୍ଧା,୦୧/୦୪(ପିପିଟି): ଉତ୍କଳ ଦିବସ ଅବସରରେ ଭୂବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଇଂରାଜୀରେ ଥିବା I ❤ BHUBANESWAR ଲେଖା ହୋଇଥିଲା। ଉଠ ଓଡିଆ ସଂଗଠନ ପକ୍ଷରୁ ତାକୁ ଘୋଡାଇ ତାଉପରେ ମୋ ପ୍ରିୟ ଭୂବନେଶ୍ବର ଲେଖା ଯାଇଛି। ଆମେ ଓଡ଼ିଆ ବୋଲି ଗର୍ବ କରୁଥିବା ବେଳେ କାହିଁକି ଇଂରାଜୀ ରେ I ❤BHUBANESWAR ଲେଖା ଯାଇଛି ତାହାର ପ୍ରତିବାଦ କରିଥିଲା। ଏଥି ପୂର୍ବରୁ ଓଡିଆ ଲେଖିବା ପାଇଁ ସରକାରଙ୍କୁ ବାରମ୍ଵାର ଦାବି କରାଯାଇଥିଲେ ସୁଦ୍ଧା ସରକାର ଶୁଣୁ ନଥିଲେ। ତେଣୁ ଉଠ ଓଡ଼ିଆ ପକ୍ଷରୁ ସେ କାମ କରି ଦେଖାଇଛି। ଏବଂ ଉଠ ଓଡ଼ିଆ ପକ୍ଷ ରୁ କୁହାଯାଇଛି ଏବେ ଓଡ଼ିଆ ଅସ୍ମିତାର ସରକାର ସେ ଓଡିଆ ଲେଖାକୁ ସୁରକ୍ଷା ଦିଅନ୍ତୁ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.