ସୁନାମ ଅର୍ଜନକାରୀ ଏନସିସି କ୍ୟାଡେଟଙ୍କୁ କଲେଜରେ ସମ୍ବର୍ଦ୍ଧନା ।

0 129

ଭଞ୍ଜନଗର,୨୬/୦୩(ପିପିଟି):ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୫ ଜଣ ଏନ୍‌ସିସି କ୍ୟାଡେଟ୍‌ ଦିଲ୍ଲୀରେ ୨୦୨୩ରୁ ୨୦୨୫ ମଧ୍ୟରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇ କଲେଜର ସୁନାମ ଆଣିଥିଲେ। ବୁଧବାର ଉକ୍ତ କ୍ୟାଡେଟ ଙ୍କୁ କଲେଜ ରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ଶେଷ ବର୍ଷ କ୍ୟାଡେଟ୍‌ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାଡେଟ୍‌ ମାନକୁ ଉତ୍ସାହିତ କରିବା ସହ ଏନ୍‌ସିସି କ୍ୟାଡେଟ୍‌ଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ କହିଥିଲେ। ଏଥିସହ କ୍ୟାଡେଟ୍‌ମାନକୁ ସମ୍ବର୍ଦ୍ଧିତ କରିଥିଲେ।ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଉତ୍ସବରେ ଅଧ୍ୟକ୍ଷତା କରି ଏନ୍‌ସିସି କ୍ୟାଡେଟ୍‌ମାନେ ଆମ କଲେଜର ଗର୍ବ ଓ ଗୌରବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ସୈଖିକ ପରିଷଦ ସମ୍ପାଦକ ହର ପ୍ରସାଦ ଶତପଥୀ, ନାଭାଲ ଅଫିସର ଡ. ରବୀନ୍ଦ୍ର କୁମାର ମିଶ୍ର, ଆଇକ୍ୟୁସି ସଂଯୋଜକ ଡ ସୁନାମ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ୟାଡେଟ୍‌ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏନ୍‌ସିସି ଆର୍ମି ଓ୍ବିଙ୍ଗ ଅଫିସର ରଜନୀ କାନ୍ତ ତ୍ରିପାଠୀ ସାଗତ ଭାଷଣ ଦେବାସହ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ଆର୍‌ଡିସି କ୍ୟାଡେଟ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.