ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ।

0 254

ପୋଲସରା,୨୧/୦୩(ପିପିଟି): ଆଜି ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ଗୋପବନ୍ଧୁ ହାଇସ୍କୁଲ୍ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ଲକ୍ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହୁଁଚରଣ ପରିଡ଼ା, ସି.ଡି.ପି.ଓ ତିଳୋତମା ରାଉତ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା,ବି.ଇ.ଓ ଶଙ୍କର୍ଷଣ ଷଡ଼ଙ୍ଗୀ, ଆସ୍କା ସାଂସଦ ପ୍ରତିନିଧି ରଘୁନାଥ ପଣ୍ଡା ପ୍ରମୁଖଙ୍କ ସମେତ ସମାଜସେବୀ ପ୍ରଭାକର ପଣ୍ଡା ଏଵଂ ୨୬ କୋଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ଯୋଗଦେଇ ସହଯୋଗ କରିଥିଲେ। ଏହି ଅବସରରେ ମନ୍ତ୍ରୀ ମହୋଦୟ ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ସବୁପ୍ରକାର ସୁବିଧା ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିବଦ୍ଧ ଅଟନ୍ତି। ଏଣୁ ଯୋଗ୍ୟ ହିତାଧିକାରୀ ମାନେ ସରକାରଙ୍କ ନୀତିନିୟମ ପ୍ରକାରେ ଆବଶ୍ୟକ ପ୍ରମାଣ ପତ୍ର ଦାଖଲ କରି ସୁବିଧା ସୁଯୋଗର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅନ୍ୟ ସମସ୍ତ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ପରେ ଉପସ୍ଥିତ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ, ଆଶାବାଡି, ଶ୍ରବଣଯନ୍ତ୍ର ଗାଡ଼ିରେ ଗମନା ଗମନ ସୁବିଧା ପାଇଁ ପାସ୍ ଏଵଂ ଚଷମା ବଣ୍ଟନ କରିଥିଲେ।ଶେଷରେ ଉପସ୍ଥିତ ସମସ୍ତ ଷ୍ଟାଫ୍ ଓ କର୍ମଚାରୀ,ଅଙ୍ଗନବାଡିକର୍ମୀ, ଏସ.ଏଚ.ଜି ଗ୍ରୁପ୍,ଏନ.ସି.ସି ଛାତ୍ର ଛାତ୍ରୀ ଏଵଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.