ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ।

0 220

ପୋଲସରା ,୧୭/୦୩(ପିପିଟି):ପୋଲସରା ବ୍ଲକ୍ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ହାତୀଓଟ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଦୀପକ କୁମାର ସାହୁ ବୟସ ପ୍ରାୟ ୩୦ ବର୍ଷ। ଗତକାଲି ରବିବାର ବିଳମ୍ବିତ ରାତିରେ ଦୀପକଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ପୋଲସରା ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ସେତେବେଳେ ଡ୍ୟୁଟିରେ ଥିବା ଡ଼ାକ୍ଟର ଦୀପକଙ୍କୁୁ ମୃତ ଘୋଷଣା କରିବା ସହ ମୃତ୍ୟୁକୁ ନେଇ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କବିସୂର୍ଯ୍ୟନଗର ଥାନା ପୋଲିସ ପୋଲସରା ମେଡ଼ିକାଲରେ ପହଞ୍ଚିବାପରେ ଦୀପକଙ୍କ ଶବକୁ ଜବତ କରି କେଶ୍ ନମ୍ବର ୨୧୦/୨୫ ରେ ଏକ ମାମଲା ଦାୟର କରି ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଶବ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁରକୁ ପଠାଇ ଦେଇ ତଦନ୍ତ ଜାରିରଖିଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.