ବିଶିଷ୍ଟ ସମାଜସେବୀଙ୍କ ପରଲୋକ:ଅଞ୍ଚଳରେ ଶୋକର ଛାୟା।

0 29

ଜଟଣୀ,୦୭/୦୩: ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଗ୍ରାମର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ଜଣେ ରେଳବାଇ ଅବସର ପ୍ରାପ୍ତ ଷ୍ଟେସନ ମ୍ୟାନେଜର ଥିଲେ।ଗତ ସପ୍ତାହରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପ୍ରଥମେ ଖୋର୍ଦ୍ଧାରୋଡ଼ ରେଳବାଇ ଡାକ୍ତରଖାନା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ଆଜି ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ବିୟୋଗ ଘଟିଛି । ସେ କୁଦିଆରୀ ଗ୍ରାମ ତଥା ଅଞ୍ଚଳରେ ଜଣେ ବିସିଷ୍ଟ ସମାଜସେବୀ ସହିତ ଗାଁ ମୁରବି ଭାବେ ଖ୍ୟାତି ଅର୍ଜନ କରିଥିଲେ।ସେ’ଜଣେ ଅତ୍ୟନ୍ତ ମିଳାପି, ମିଷ୍ଟଭାସି, ସ୍ଵଭାଵ ବ୍ୟକ୍ତି ଥିଲେ। ତାଙ୍କର ପ୍ରଚେଷ୍ଟାରେ ଗାଁର ଭବିଷ୍ୟତ ପିଢ଼ି କିପରି ଇଂରାଜୀ ଶିକ୍ଷା ପାଇବେ ସେଥିପାଇଁ ନିଜସ୍ୱ ଯାଗା ଗ୍ରାମବାସୀଙ୍କୁ ଦାନ କରି ୧୯୮୮ ମସିହାରେ ଶିଶୁଶିକ୍ଷା ମନ୍ଦିର ନାମରେ ଏକ ଇଂରାଜୀ ମିଡିୟମ ସ୍କୁଲ ଖୋଲିଥିଲେ। ଆଜି ସେହି ସ୍କୁଲରୂ ବହୁ ପିଲା ଉଚ୍ଚ ଶିକ୍ଷିତ ହୋଇ ଦେଶ ରାଜ୍ୟ ପାଇଁ ସେବା କରି ପାରୁଛନ୍ତି । ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ତିନି ପୁଅ,ବୋହୁ ଓ ନାତି,ନାତୁଣୀ ମାନେ ଉପସ୍ଥିତ ଥିଲେ । ବଡ଼ପୁଅ ଭୁବନ ମୋହନ ଅବସର ପ୍ରାପ୍ତ ବ୍ୟାଙ୍କ ଅଫିସର,ମଝିଆଁ ପୁଅ ମଦନ ମୋହନ ଅବସର ପ୍ରାପ୍ତ ରେଳ ଅଫିସର ଓ ସାନ ପୁଅ ରାଧା ମୋହନ ଜୀବନ ବିମା ନିଗମ ଖୋର୍ଦ୍ଧାର ସର୍ବଶ୍ରେଷ୍ଟ ଏଜେଣ୍ଟ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ମୃତ୍ୟୁର ଖବର ପ୍ରଚାରିତ ହେବା କ୍ଷଣି ହଜାର ହଜାର ଲୋକ ତାଙ୍କ ବାସ ଭଭନରେ ଭିଡ଼ ଜମାଇଥିଲେ । ଖବର ପାଇଁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ରେଳବାଇ ଶ୍ରମିକ କଂଗ୍ରେସ ନେତା ପ୍ରମୋଦ ସାହାଣୀ, ଶାଖା ସମ୍ପାଦକ ଏଲ ଡି ମହାନ୍ତି, ନଗରପାଳ ଅନନ୍ତ ବେହେରା,ଶିକ୍ଷାବିତ ତ୍ରିଲୋଚନ ମହାପାତ୍ର, ଆଡ଼ଭୋକେଟ ଅକ୍ଷୟ ଦାଶ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Leave A Reply

Your email address will not be published.