ବ୍ରିଲିଏଣ୍ଟ୍ ହାଇସ୍କୁଲର ୨ୟ ବାର୍ଷିକ ଉତ୍ସବ-୨୦୨୫ ।

0 324

ପୋଲସରା,୦୯/୦୩(ପିପିଟି) :ଆଜି ପୋଲସରା ଦାଶରଥିନଗର ସ୍ଥିତ ବ୍ରିଲିଏଣ୍ଟ୍ ହାଇସ୍କୁଲର ଦୁତୀୟ ବାର୍ଷିକ ଉତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ଗିରିଜା ଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ଅନୁଷ୍ଠାନର ସଭାପତି ବ୍ରଜେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବର୍ତ୍ତିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବିମଳ ପାଣଗ୍ରାହୀ ଓ ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀଙ୍କ ସମେତ ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଇନ୍ଦ୍ରଜିତ୍ ବିଷୋୟୀ, ଅନୁଷ୍ଠାନର ଅଧ୍ୟକ୍ଷା ତପସ୍ପିନୀ ଜେନା ଓ ସମ୍ପାଦିକା ଅମିତା ମିଶ୍ର, ଜାଦୁଗର ଜେ.କୁମାର ଏବଂ କଳାକାର ଶ୍ରୀକାନ୍ତ କୁମାର ଡାକୁଆ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ମୂଲ୍ୟବାନ ମାର୍ଗଦର୍ଶନ ସହିତ ଅଭିଭାବକମାନଙ୍କୁ ସହଯୋଗ ଏବଂ କର୍ତ୍ତବ୍ୟ ପାଳନ ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃତିତ୍ୱ ଛାତ୍ର ଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥିମାନେ ପୁରସ୍କାର ବଣ୍ଟନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ସମ୍ପାଦକ ମହୋଦୟା ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.