ଭଞ୍ଜନଗର ଏନଏସିରେ ପଟ୍ଟା ବଣ୍ଟନ ।

0 307

ଭଞ୍ଜନଗର, ୦୧/୦୩(ପିପିଟି) : ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ବସବାସ କରୁଥିବା ୧୫ଟି ୱାର୍ଡର ହିତାଧିକାରୀଙ୍କୁ ଶନିବାର ବିଧବା ଭତ୍ତା ଓ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।ଏନଏସି ସ୍ୱାଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡାଙ୍କ ସମେତ ସମସ୍ତ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ।ମୋଟ ୨୬ଜଣ ହିତାଧିକାରୀଙ୍କୁ ଭତ୍ତା ଓ ୧୦ଜଣଙ୍କୁ ଭୂମିହୀନ ପଟ୍ଟା ବଣ୍ଟନ କରାଯାଇଛି।ବର୍ତ୍ତମାନ ଭୂମିହୀନଙ୍କ ଚୟନ ପ୍ରକ୍ରିୟା କାର୍ଯ୍ୟ ଚାଲିଥିବା ବେଳେ ଆଗାମୀ ଦିନରେ ଅନେକ ହିତାଧିକାରୀ ଏହି ସୁବିଧା ପାଇପାରିବେ ବୋଲି ଜଣାପଡିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.