ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ କେନ୍ଦ୍ର ଉଦଘାଟନ।

0 258

ବୋଲଗଡ଼,୨୮/୦୨(ପିପିଟି) ::ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି। ଶିକ୍ଷକ ଅଂଶୁମାନ ଧଳ ଓ ଶିକ୍ଷୟିତ୍ରୀ ସ୍ୱର୍ଣଲତା ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତଉକ୍ତ ଉତ୍ସବରେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ଭଏସ ମିଡ଼ିଆ ସଭାପତି ଧନେଶ୍ଵର ବିଧାର ମୁଖ୍ୟବକ୍ତା, ପ୍ରାକ୍ତନ ପ୍ରଧାନ ଶିକ୍ଷଳ ରଘୁନାଥ ସାହୁ, ଅବସରପ୍ରାପ୍ତ ବୋଲଗଡ଼ ମଣ୍ଡଳ ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମ ଚରଣ ବେହେରା,ବୋଲଗଡ଼ ଭଏସ ମିଡ଼ିଆର ସଭାପତି ନିରଞ୍ଜନ ନାୟକ, ସାନପଦରସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସାନନ୍ଦ କୁମାରସାହୁ, ବେଗୁନିଆର ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାନ୍ତି ଏବଂ ସଂପୁର ସମାଜସେବୀ ଚିତ୍ତରଞ୍ଜନ ଦେଓ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଶିକ୍ଷକ ବିଭୁ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱଜିତ ସରୋଜ କୁମାର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ସେଠୀ କହିଥିଲେ”ଆମ ଜେଜେବାପା ଓ ଜେଜୀ ମା ‘ଙ୍କ ହାତ

ହେଉଛି ବୈଜ୍ଞାନିକ ହାତ”. ମୁଖ୍ୟବକ୍ତା କହିଥିଲେ “ବିଜ୍ଞାନ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ଥାପିତ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ
ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଶିକ୍ଷଣ ସାମଗ୍ରୀ କେନ୍ଦ୍ରକୁ ମୁଖ୍ୟ ଅତିଥି ନିଜ କରକମଳରେ ଉଦ୍ଘାଟନ କରିଥିଲେ। ଶିକ୍ଷଣ ସାମଗ୍ରୀ ପ୍ରତିଯୋଗିତାରେ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର, ସୌଦାମିନୀ ପରିଡ଼ା ଓ ଦୀପକ ବେହେରା ଏବଂ ବିଜ୍ଞାନ କୁଇଜ ଓ ପୋଷ୍ଟର ପ୍ରତିଯୋଗିତାରେ ଶୁଭଶ୍ରୀ
ଧଳ ଓ ଦୀପ୍ତି ରଞ୍ଜନ ଦାସ ଓ ଶ୍ରୋତାଲିନି ସାହୁ ବିଚାରକ
ରୂପେ ଚୟନ କରିଥିବା କନିଷ୍ଠ ଓ ବରିଷ୍ଠ ବିଭାଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଛାତ୍ରୀମାନେ ବିଜ୍ଞାନ ଉପରେ ଆଧାରିତ ସମ୍ବଲପୁରୀ ସଂଗୀତ ଗାନ କରି ନୃତ୍ୟ ପରିବେଷଣ କରିଥିଲେ ।ଶିକ୍ଷୟିତ୍ରୀ ନମିତା ସାହୁ,ସୌଦାମିନୀ ପରିଡ଼ାଙ୍କ ସମେତ ସମ୍ବିତ କେଦାର କର, ସ୍ନେହଲତା ପାଇକରାୟ, କୃଷ୍ଣଚନ୍ଦ୍ର ଝପଟସିଂହ, ଆନନ୍ଦ ଚନ୍ଦ୍ର ସେନାପତି, ଛାଟିଆ ସ୍ୱାଇଁ ଏବଂ ନଳିନୀ ପ୍ରଧାନ ବିଦ୍ୟାଳୟ ହତାରେ ୮୩ଟି ଚାରା ରୋପଣ କରିଥିଲେ ।ପରିଶେଷରେ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.