ନବକଳେବର ପାଇଁ ଦାରୁ ଚିହ୍ନଟ ।

0 277

କୋଦଳା,୨୧/୦୨(ପିପିଟି):କୋଦଳା ଭାଇଗାସାହି ଠାରେ ପୂଜା ପାଉଥିବା ଜଗତର ନାଥ ଜଗନ୍ନାଥ ବିଗ୍ରହ ଦୀର୍ଘ ୨୦୦ ବର୍ଷ ହୋଇଯାଇଥିବା ବେଳେ ମହାପ୍ରଭୁଙ୍କୁ ନବକଳେବର କରିବା ପାଇଁ ଗ୍ରାମବାସୀ ଓ ମନ୍ଦିର କମିଟି ନିଷ୍ପତ୍ତି ନେଇ ପୁରୀ ମୁକ୍ତି ମଣ୍ଡପ ପୂଜାପଣ୍ଡାଙ୍କ ସହିତ ଆଲୋଚନା କରି ଯଦି ବିଗ୍ରହ ରେ କିଛି ତ୍ରୁଟି ପାରିଲକ୍ଷିତ ହୋଇଥାଏ ତାହାହେଲେ ନୂତନ ବିଗ୍ରହ ନିର୍ମାଣ କରାଜାଇ ପାରିବ ବୋଲି ପ୍ରତିଶ୍ରୁତି ପାଇ ବିଧିବଦ୍ଧ ଭାବେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ଏକ କମିଟି ଗଠନ କରାଯିବା ସହିତ କର୍ତ୍ତା ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ବିଗ୍ରହ ନବକଳେବର ନିମନ୍ତେ ସମସ୍ତ ପ୍ରକାର ଉପଯୋଗୀ ବୃକ୍ଷର ସନ୍ଧାନ ପାଇବା ପରେ ଶୁକ୍ରବାର ମହାବାହୁଙ୍କ ଆଜ୍ଞା ମାଳ ଧରି ଏକ ନୂତନ ଶଗଡ଼ ସହିତ ୨୦୦ ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଗ୍ରାମ ପରିକ୍ରମା କରିବା ସହିତ ମର୍ଦ୍ଦମେଖ ପଞ୍ଚାୟତ ଦିଗୀ ଗ୍ରାମରେ ଥିବା ଉକ୍ତ ବୃକ୍ଷ ମୂଳେ ପହଞ୍ଚି ଆଜ୍ଞାମାଳ ପ୍ରଦାନ କରି ଫେରିଥିବା ବେଳେ ଶନିବାର ଠାରୁ ହୋମ ଓ ପୂଜା କାର୍ଯ୍ୟ ଆରମ୍ଭ ହୋଇ ସୋମବାର ଦାରୁ ପହଞ୍ଚିବା ବ୍ୟବସ୍ଥା ହୋଇଥିବା ନେଇ କର୍ତ୍ତା ପ୍ରକାଶ କରିଛନ୍ତି । ସମୟାନୁ କ୍ରମେ ମୁକ୍ତି ମଣ୍ଡପ ନିର୍ଦ୍ଦେଶ ଅନୁଯାଇ ସମସ୍ତ କାର୍ଯ୍ୟ ଶେଷ ହୋଇ ମହାପ୍ରଭୁଙ୍କ ହୋମ ଯଜ୍ଞ ସହିତ ମହାପ୍ରଭୁଙ୍କ ନବକଳେବର କରାଯିବ । ପୁରୀ ଭଳି ସମସ୍ତ କାର୍ଯ୍ୟ ହୋଇନପାରିଲେ ମଧ୍ୟ ଯଥା ସମ୍ଭବ ସବୁ କାର୍ଯ୍ୟ ଯେମିତି ଭଲରେ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.