ଦେଶି ବିଦେଶୀ ମଦ ଜବତ; ଜଣେ କୋର୍ଟଚାଲାଣ ।

0 273

ବେଲଗୁଣ୍ଠା, ୧୭/୦୨(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ସନାତନ ପ୍ରଧାନ କେନ୍ଦୁପଦର କଲେଜ୍ ନିକଟସ୍ଥ ପାଣି ଟାଙ୍କି ନିକଟରେ ମଦ ବିକୁଥିବା ନେଇ ଗାଙ୍ଗପୁର ପୋଲିସ୍ କୁ ଖବର ମିଳିଥିଲା । ଖବର ପାଇ ଆଜି ଦିନ ବାରଟା ସମୟରେ ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ଟିମ୍ ସେଠାରେ ଚଢାଉ କରି ସନାତନ ନିକଟରୁ ଦୁଇଶହ ମି.ଲି.ର ଅଠେଇଶିଟି ଦେଶି ମଦ ପାଉଚ୍ ଜବତ କରିଥିବା ବେଳେ ୧୨ ଲିଟର୍ ୫୮୦ ମି.ଲି.ର ବିଦେଶୀ ମଦ ଜବତ କରିଥିଲେ । ଏନେଇ ସନାତନ ନାମରେ 106/25 ରେ ଏକ ମାମଲା ରୁଜୁ କରାଯାଇ ତାକୁ ଆସିକା କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଗାଙ୍ଗପୁର ଥାନା ଏଏସ୍ଆଇ ବି ୟାଲାମା ନାଇଡ଼ୁ ପ୍ରକାଶ କରିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.