ନୂତନ ଆଇଆଇସିଙ୍କୁ ୟୁଜେଏ ପକ୍ଷରୁ ସମ୍ବର୍ଦ୍ଧନା ।

0 264

ଭଞ୍ଜନଗର, ୧୭/୦୨(ପିପିଟି) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ,ଭଞ୍ଜନଗର ଶାଖା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଙ୍ଘର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ୟୁଜେଏ ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ବିଶ୍ୱମ୍ବର ଜେନା, ନିଲୁ ବିଷୋୟୀ, ସୁବ୍ରତ କୁମାର ଦାସ, ଅରକ୍ଷିତ ପରିଛା, ଦୀପକ କୁମାର ମହାନ୍ତି, ଉଦୟନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ଆଇଆଇସି ଶ୍ରୀ ଜେନା କଟକ କ୍ରାଇମବ୍ରାଞ୍ଚରେ ୨ବର୍ଷ କାର୍ଯ୍ୟ କରିବା ପରେ ବଦଳି ହୋଇ ଏଠାକୁ ଆସିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନାରେ ସବଇନିସ୍ପେକ୍ଟର ଓ ପଦୋନ୍ନତି ପାଇ ଆଇଆଇସି ଭାବେ ସାଢ଼େ ୪ବର୍ଷ କାର୍ଯ୍ୟ କରିଛନ୍ତି।ଜଣେ ଦକ୍ଷ ଅଫିସର ଭାବେ ସେ ବେଶ ପରିଚିତ । ଏଥିସହ ବୁଗୁଡ଼ାରୁ ଭଞ୍ଜନଗର ଥାନାକୁ ବଦଳି ହୋଇ ଆସିଥିବା ନୂତନ ସବଇନିସ୍ପେକ୍ଟର ସମୀର କୁମାର ସେଠୀଙ୍କୁ ମଧ୍ୟ ୟୁଜେଏ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.