ଜୟ ଜଗନ୍ନାଥ ମହୋତ୍ସବ କଳସ ଶୋଭାଯାତ୍ରାରେ ଗାଁ ଦୁଲୁକିଲା ।

0 153

ଯାଜପୁର,୦୨/୦୨(ପିପିଟି): ଭାବ ଓ ଭକ୍ତିର ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଜୟ ଜଗନ୍ନାଥ‘ ମହୋତ୍ସବ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ମଧୁପୁରଗଡ ପଞ୍ଚାୟତ ଭୁବନପୁର ଗ୍ରାମରେ ରବିବାର ଆରମ୍ଭ ହୋଇଛି । ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୂଙ୍କ ମନ୍ଦିର ପ୍ରତିଷ୍ଠା ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହେଉଥବା ଏହି ମହୋତ୍ସବ କଳସ ଶୋଭାଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି ।

ସକାଳ ୭ ଟାରେ ଆରମ୍ଭ ହୋଇଥିବା କଳସ ଶୋଭାଯାତ୍ରାରେ ଢୋଲ ବାଜା ସାଙ୍ଗକୁ ଏହାସହ ବହୁ ସଂଖ୍ୟକ ଘଣ୍ଟ ବାଜାରେ ଗାଁ କମ୍ପିଥିଲା । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ସୁନ୍ଦରଗଡ଼ ଝୁମର, କଳାହାଣ୍ଡୀର ଘୁମୁରା ନାଚ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତଙ୍କ ମନ ମୋହିଥିଲା । ଆଲୋକ ରଂଜନ ବିଶ୍ଵାଳ କଳସ ବୁଡାଇବା ପରେ କଳସ ଶାଭାଯାତ୍ରା ଆରମ୍ଭ ହୋଇଥିଲା I କଳସ ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପ୍ରଦାନ ସହ ପାନୀୟ ଜଳ ପ୍ରଦାନ କରାଯାଇଥିଲା । ଏଥିରେ ଖୋର୍ଦ୍ଧା ବରମୁଣ୍ଡା ସମେତ ବହୁ ସଂଖ୍ୟାରେ ସଂକୀର୍ତ୍ତନ ଦଳ ସାମିଲ ହୋଇ ସଂକୀର୍ତ୍ତନ କରିଥିଲେ । ଏହାସହ ମଞ୍ଚରେ ଗଡମେକର ତରଫରୁ ଗୀତିନାଟ୍ୟ ଅଙ୍ଗରଙ୍ଗ ଅନୁଷ୍ଠାନ ତରଫରୁ ଓଡିଶୀ ନୃତ୍ୟ ଏବଂ ଶ୍ରୀରାମ ସ୍ୟାଡୋ ଥିଏଟର ତରଫରୁ ରାବଣ ଛାୟା ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବରେ ତିନିଦିନ ଧରି ପାଲା ମଧ୍ୟ ଅନୁଷ୍ଠିତ ହେଉଛି । ପାଲାଗାୟକ ଉଜ୍ଜଳ ବିଜୟ ଓଝାଙ୍କ ତରଫରୁ ପାଲା ପରିବେଷଣ କରାଯାଇଛି ।

ଏହି ମହୋତ୍ସବରେ ତିନିଦିନ ବ୍ୟାପୀ ସଦାସର୍ବଦା ମଞ୍ଚରେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତି ନେଇ ଆଧାତ୍ମିକ କାର୍ଯ୍ୟକ୍ରମ ସହ ସବୁ ସମୟରେ ପ୍ରସାଦ ସେବନ କରାଯାଇ ଥାଏ । ଏହାସହ ସର୍ବଦା ଯଜ୍ଞ ମଧ୍ୟ ଚାଲିଥାଏ । ଏହି ତିନୋଟି କାର୍ଯ୍ୟ ଏକକାଳୀନ ତିନିଦିନ ଧରି ଚାଲିବାର ବିରଳ ପରମ୍ପରା ଏଠାରେ କରାଯାଇ ଥାଏ । ଏଠାରେ ପୂଜା ପାଉଥିବା ମହାପ୍ରଭୂ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୂଙ୍କ ପ୍ରତି ଭକ୍ତ ମହଲରେ ଅତୁଟ ଆସ୍ଥା ଓ ବିଶ୍ବାସ ରହିଛି । ମହୋତ୍ସବରେ ପଲ୍ଲିଶ୍ରୀ ମେଳାରେ ଟେରାକୋଟା, ହସ୍ତତନ୍ତ, ଝୋଟ ଶିଳ୍ପ,କାଇଁଚ ଶିଳ୍ପ,ଟସର ବସ୍ତ୍ର, ହାତ ତିଆରି ବିଭିନ୍ନ ଘର କରଣା ସାମଗ୍ରୀ,ବଢି,ପାମ୍ପଡ,ଶୁଖିଲା ଖାଦ୍ୟ ଆଦି ଉପଲବ୍ଧ ହେଉଛି । ଆଜି ମହୋତ୍ସବରେ ଓଡିଶାର ପ୍ରମୁଖ ଉପସ୍ଥାପକ,ଅଭିନେତା ତଥା ଗୋପାଳ ଦାସ ସ୍ମୃତି ସଂସଦର ପ୍ରତିଷ୍ଠାତା ସୁଶାନ୍ତ ପାଣିଙ୍କ ଓଡିଆ କଳା, ସଂସ୍କୃତିର ପ୍ରସାର ପାଇଁ ଜୀବନବ୍ୟାପୀ ସାଧନା ପାଇଁ ‘ଜୟ ଜଗନ୍ନାଥ’ ସମ୍ମାନ ପ୍ରଦାନ କରାଯାଇଛି। ଆସନ୍ତା କାଲି ସୋମବାର ଦିନ ପୁରୀ ଡ୍ୟାନ୍ସ ଏକାଡେମୀ ଦ୍ବାରା ଓଡିଶୀ, ରାଜ୍ୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ଦ୍ବାରା ନୃତ୍ୟ ସହ ଖୋର୍ଦ୍ଧାର ପାଇକ ଅଖଡା ଏବଂ ପାଲା ଅନୁଷ୍ଠିତ ହେବ ବୋଲି ଜୟ ଜଗନ୍ନାଥ ମହୋତ୍ସବ କମିଟି ତରଫରୁ ଜଣାଯାଇଛି ।

Leave A Reply

Your email address will not be published.