ମହାରାଜା ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ।

0 252

ସୁବର୍ଣ୍ଣପୁର ,୩୧/୦୧(ପିପିଟି) : ସୁବର୍ଣ୍ଣପୁର ସହରର ପୁରାତନ ଶିକ୍ଷାନୁଷ୍ଠାନ ମହାରାଜା ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶୀଷ ରଂଜନ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ମୁଖ୍ୟ ଅତିଥି, ପୁରାତନ ଛାତ୍ର ସଂଘ ତଥା ମୋ ସ୍କୁଲ ଅଭିଯାନ ସଭାପତି ଗୋରେଖନାଥ ସାହୁ ଏବଂ ସ୍କୁଲ ପରିଚାଳନା ସମିତି ଅଧ୍ୟକ୍ଷା ଅଳକାରାଣୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକମାନଙ୍କୁ ଉଦବୋଧନ ଦେଇଥିଲେ । ବକ୍ତାମାନେ ଛାତ୍ର, ଶିକ୍ଷକ ଓ ଅବିଭାବକ ସମ୍ମିଳିତ ଭାବେ ବିଦ୍ୟାଳୟର ଶୈକ୍ଷିକ ବାତାବରଣର ମାନ ଉନ୍ନତ କରିବା ପାଇଁ ଅତିଥି ଙ୍କୁ ଅନୁରୋଧ କରିଥିଲେ । ଜାତୀୟ ସ୍ତରରେ ୩୦୦୦ ମିଟର ଲମ୍ବା ଦୌଡରେ କୃତିତ୍ୱ ଅର୍ଜନ କରିଥିବା ଜୁଲେଶ ନନ୍ଦ , ଯୋଗ ପ୍ରତିଯୋଗୀତାରେ ପ୍ରକାଶ ମେହେରଙ୍କୁ ପୁରସ୍କୃତ କରାଯିବା ସହ ବିଶ୍ବଜିତ ନନ୍ଦ ଓ ଚନ୍ଦନ ମୁଣ୍ଡାଙ୍କୁ ଖେଳକୂଦ ଚମ୍ପିୟନ,ଲାଲ କୁର୍ତ୍ତା ଗଙ୍ଗା ଦଳକୁ ଶ୍ରେଷ୍ଠ ବାଦ୍ୟ ସକାଶେ ଏବଂ ଅଭିମନ୍ୟୁ ମେହେର ତଥା ସୁଜନ ସାହୁଙ୍କୁ ଶ୍ରେଷ୍ଠ ଅଭିନୟ ପାଇଁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.