***ମହ୍ଲାର***

0 16

ତୋ ମୋ ଭିତରେ ଥିବା ବ୍ୟବଧାନ ହିଁ
ତୃଷ୍ଣା ହୋଇ ପାରେ…..
ତତେ ପାଇବାର ଆଶା ହିଁ
ତୃଷ୍ଣା ହୋଇ ପାରେ….!!
ବାରମ୍ବାର ତୋ ଛବି
ମୋ ଆଖି ପରଦାରେ ନାଚିବା ହିଁ
ତୃଷ୍ଣା ହୋଇପାରେ….
ପ୍ରତି ମୁହୂର୍ତ୍ତରେ ତୋ କଥା ଭାବିବା ହିଁ
ତୃଷ୍ଣା ହୋଇପାରେ….!!
ତୋର ସମସ୍ତ ଭାଷା ହିଁ
ମୋ ପାଇଁ ସଂଗୀତ ହୋଇ ପାରେ
ତୋ ଭିତରେ ଥିବା ସବୁ କଳା ହିଁ
ମୋ ପାଇଁ ପ୍ରେମ ହୋଇ ପାରେ….!!
ମୋ ଭିତରେ ତୋ ପ୍ରତି ଥିବା ଦୁର୍ବଳତା ହିଁ
ଭଲ ପାଇବା ହୋଇ ପାରେ….
ତୋ ଦେହର ଅପରୂପ ସୌନ୍ଦର୍ଯ୍ୟ ହିଁ
ମୋ ପାଇଁ ତୃଷ୍ଣା ହୋଇ ପାରେ….!!
ତୋର ନୀଳ ନୀଳ ଆଖି ହିଁ ମୋ ପାଇଁ
ଆକର୍ଷଣ ହୋଇ ପାରେ….
ତୋ ନାଲି ନାଲି ଓଠର
ଖିଲି ଖିଲି ହସ ମୋ ପାଇଁ
ମନ୍ମଥ ହୋଇ ପାରେ…..!!
ତୋ ଅନୁପସ୍ଥିତି ହିଁ ପ୍ରତି ପଲକରେ
ମୋ ପାଇଁ ବିରହ ହୋଇ ପାରେ….
ତୋ ସୃଷ୍ଟି ହିଁ ମୋ ଜୀବନର
ମରୁ ମରିଚିକା ହୋଇ ପାରେ…..!!
ତୋ ପ୍ରତୀକ୍ଷା ହିଁ ମୋ ମନ ଅରଣ୍ୟର
କାମନା ଅନଳ ହୋଇ ପାରେ….
ତୋ ସ୍ମୃତି ହିଁ ମୋ ପାଇଁ ଅଶ୍ରୁଳ
ମେଘ ମହ୍ଲାର ହୋଇ ପାରେ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୫୩୭୭୭୯୪୪୭

Leave A Reply

Your email address will not be published.