କର୍ତ୍ତବ୍ୟ ବୋଧ ଦିବସରେ ଯୋଗଦେଲେ ବିଧାୟକ ।

0 270

ଭଞ୍ଜନଗର, ୨୪/୦୧(ପିପିଟି): ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଗଞ୍ଜାମ ଶାଖା ଆନୁକୂଲ୍ୟରେ ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଢିହପଢଳ ଠାରେ କର୍ତ୍ତବ୍ୟ ବୋଧ ଦିବସ ପାଳିତ ହୋଇଯାଇଛି। ବନମାଳୀ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଉନ୍ନତ ସମାଜ ଗଠନ ପାଇଁ ଶିକ୍ଷକଙ୍କ କର୍ତ୍ତବ୍ୟ ପରାୟଣତା ଓ ପ୍ରେରଣାର ଉତ୍ସ ସମ୍ପର୍କରେ ଶିକ୍ଷକମାନଙ୍କୁ ନୂତନ ଦିଗଦର୍ଶନ ଦେବାପାଇଁ ପରାମର୍ଶ ଦେଇଥିଲେ। ମହାସଂଘର ପୂର୍ବକ୍ଷେତ୍ର ପ୍ରମୁଖ ଗୋପାଳକୃଷ୍ଣ ପାଢ଼ୀ ମହାସଂଘର ଉଦ୍ଦେଶ୍ୟ, ଶିକ୍ଷକଙ୍କ ଦାୟିତ୍ବବୋଧ ଉପରେ ଆଲୋକପାତ କରିଥିଲେ। ମହାସଂଘର ରାଜ୍ୟସମ୍ପାଦକ କଳାକାର ପୃଷ୍ଟି ଶିକ୍ଷକଙ୍କ କର୍ତ୍ତବ୍ୟ ପାରାୟଣତା ତଥା ଏକତାର ସହ ଆଗକୁ ବଢିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସରସ୍ବତୀ ବିଦ୍ୟାମନ୍ଦିରର ସଭାପତି ଡ଼.ପ୍ରଦୀପକୁମାର ପଟ୍ଟନାୟକ ପୁରାଣ ଯୁଗରୁ ଆରମ୍ଭକରି ଆଧୁନିକ ଯୁଗରେ ଶିକ୍ଷକଙ୍କ କର୍ତ୍ତବ୍ୟ ବୋଧ ଉପରେ ଆଲୋକପାତ କରିଥିଲେ। ସଭାପତି ବନମାଳି ଗୌଡ଼ ଶିକ୍ଷକମାନେ ସମାଜର ଅଗ୍ରଦୂତ ସାଜି ନୂତନ ପିଢ଼ିଙ୍କୁ କର୍ଭବ୍ୟ ତଥା ଦାୟିତ୍ବବାନ ରୂପେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ।ସଭାଟିକୁ ପ୍ରଦୀପ କୁମାର ସାସମଲ ପରିଚାଳନା କରିଥିବା ବେଳେ ବଳରାମ ଦାସ ସ୍ବାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷ ବନମାଳୀ ଗୌଡ଼, ପିତାମ୍ବର ପାଢ଼ୀ, ତଥା ଶିକ୍ଷକ ମନୋଜ କୁମାର ପାତ୍ରଙ୍କୁ ମାନପ‌ତ୍ର ସହ ସମ୍ମାନିତ କରାଯାଇଥୁଲା।ପଣ୍ଡିତ ସଚ୍ଚିଦାନନ୍ଦ ଦାଶଙ୍କ ଦୁଇଟି ପୁସ୍ତକ ଯୁଗଜନ୍ମା ଓ ଜୀବନ ମୁକ୍ତ ଗୀତା ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।ସଭାରେ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ପରିଶେଷରେ ସଚ୍ଚିଦାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.