ବୋଲଗଡ଼,୨୨/୦୧(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ବଡ଼ତୋଟା ଖେଳପଡିଆରେ ଅନୁଷ୍ଠିତ ହେଉଥିବା ୧୦ମ ମା ରାମଚଣ୍ଡୀ କ୍ରିକେଟ ଟୁର୍ଣ୍ଣମେଣ୍ଟର ଶେଷ ଲିଗ୍ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏହି ମ୍ୟାଚରେ ଖଙ୍ଗୁରିଆ କ୍ରିକେଟ କ୍ଲବ ଓ ପାଟପୁର କ୍ରିକେଟ କ୍ଲବ ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ପାଟପୁର ଦଳ ବିଜୟ ଲାଭ କରି ପରବର୍ତ୍ତୀ ରାଉଣ୍ଡ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।ମ୍ୟାଚରେ ପାଟପୁର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ଓଭରରେ ୯ଉଇକେଟ ବିନିମୟରେ ୧୪୧ ରନ ସଂଗ୍ରହ କରିଥିଲା।ଏହାର ଜବାବରେ ଖଙ୍ଗୁରିଆ ଦଳ ୧୫ ଓଭର ଖେଳି ୧୩୭ ରନ ୭ଉଇକେଟ ହରାଇ ପରାଜୟ ବରଣ କରିବା ସହ ଟୁର୍ଣ୍ଣମେଣ୍ଟ ରୁ ବିଦାୟ ନେଇଛି ।ଆଜିର ଖେଳରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ସେବା ସମବାୟର ନିର୍ଦେଶକ ତଥା ଯୁବ କୃଷକ ନେତା ପ୍ରକାଶ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମ୍ୟାଚକୁ ଆମ୍ପେୟାର ଭାବେ ରାଜା କୁମାର ଓ ଜୀବନ କୁମାର ଖେଳ ପରିଚାଳନା କରିଥିଲେ।ଖଙ୍ଗୁରିଆର ମା ରାମଚଣ୍ଡୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣମେଣ୍ଟର ଏହି ମ୍ୟାଚଟିକୁ ଚନ୍ଦନ,, ରାଜୁ,ସନ୍ତୋଷ,ପ୍ରଭଞ୍ଜନ, ସୁଶାନ୍ତ, ଚଗଲା ପ୍ରମୁଖ ଙ୍କ ସମେତ କ୍ଲବ ସଦସ୍ୟ ମାନେ ସହଯୋଗ କରି ପରିଚାଳନା କରିଥିଲେ।
ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ