ରାଜ୍ୟ କୃଷକ ନେତାଙ୍କ ଧାନ ମଣ୍ଡି ପରିଦର୍ଶନ ।

0 240

ସିମୁଳିଆ,୧୭/୦୧:କୃଷକ ନେତାଙ୍କ ସିମୁଳିଆରେ ଥିବା ଧାନ ମଣ୍ଡିକୁ ଅଚାନକ ପରିଦର୍ଶନ । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲାର ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଢା ସେବା ସମବାୟ ସମିତି ଧାନମଣ୍ଡୀ ଓ ମାର୍କୋଣା ସେବା ସମବାୟ ସମିତି ଧାନମଣ୍ଡୀ ପ୍ରଭୃତି ଧାନମଣ୍ଡୀକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ତୋଫାନୀ ଗସ୍ତ କରିଛନ୍ତି। ଏହି ଧାନମଣ୍ଡି ଗ୍ରସ୍ତ ସମୟରେ କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହ ନିର୍ଦ୍ଦେଶାବଳୀ ପ୍ରାବଧାନ ଅନୁଯାୟୀ ଧାନମଣ୍ଡୀ ଗୁଡିକ ଠିକଠାକ କାମ କରୁଛନ୍ତି କି ନାହିଁ ତାହାର ତଦାରଖ ରାଜ୍ୟ ସଭାପତି ଶ୍ରୀ ସାହୁ କରିଥିଲେ। ଓଡିଶାରେ ବିଜେପି ମୋହନ ଚରଣ ମାଝି ସରକାର ଆସିବା ପରେ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ମାନ ଚାଲୁ କରିଛନ୍ତ। ତତମଧ୍ୟରୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ୪୮ ଘଣ୍ଟା ମଧ୍ୟରେ ଚାଷୀ ପ୍ରଦାନ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଚାଷୀ ମାନଙ୍କୁ ଆଉ ଶୋଷଣର ଶିକାର ହେବାକୁ ପଡ଼ିବନାହଁ ବୋଲି ଶ୍ରୀ ସାହୁ କହିଥିଲେ। ଧାନ କିଣା କାରବାରରେ ବ୍ୟାପକ ସୂଛତାର ସହିତ କରିବା ପାଇଁ ମୋହନ ଚରଣ ମାଝି ସରକାର ବଦ୍ଧପରିକର ଅଟେ। ଯେଉଁ ମାନେ ଧାନ କିଣା କାରବାରରେ ଚାଷୀ ମାନଙ୍କୁ ହଇରାଣ ହରକତ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଉପସ୍ଥିତ ଚାଷୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ଯ ଉପସଭାପତି ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା,ରାଜ୍ୟ ସଂଯୋଜକ କୌଶିକ ଚାନ୍ଦ, କୌଲାସ ଚନ୍ଦ୍ର ବାରିକ, ବୈରାଗୀ ଚରଣ ବେହେରା, ବିକାଶ କୁମାର ପାଢ଼ୀ,ସୁବୋଧ ଚନ୍ଦ୍ର ପଣ୍ଡା, ଆତ୍ମାର ସିମୁଳିଆ ବ୍ଳକ କାର୍ଯ୍ୟକାରିଣୀ ସଦସ୍ୟ ବିରେନ୍ଦ୍ର କୁମାର ନାୟକ,ଉତ୍ତମ କୁମାର ମହାନ୍ତି, ସର୍ବେଶ୍ଵର ବେହେରା, ଦିଲ୍ଲୀପ କୁମାର ଗିରି ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

Leave A Reply

Your email address will not be published.