ବୋଲଗଡ,୧୪/୦୧(ପିପିଟି): ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ୪୫ତମ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ ପଦ୍ମନାଭ ଓ ସମ୍ମାନିତ ଅତିଥିଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ପୂର୍ବତନ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା, ସରପଞ୍ଚ ଜଳଧର ବେହେରା, ସମିତି ସଭ୍ୟା ବିନୋଦିନୀ ଦତ୍ତ, ଗୋପବନ୍ଧୁ ପଞ୍ଚ ଶଖା ସେତୁ ସମ୍ବିତ କୁମାର ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ l ଉତ୍ସବର ପ୍ରାରମ୍ଭରେ ଶିକ୍ଷକ ବିଭୂପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ବାର୍ଷିକ ବିବରଣୀ ପଠନ କରିଥିଲେ l ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ନିମନ୍ତ୍ରିତ ଅତିଥିମାନେ ବିଦ୍ୟାଳୟର ମାଗର୍ଜିନି -କୁ ଉନ୍ମୋଚନ କରିଥିଲେ l ବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା -ଖେଳପଡ଼ିଆ, ୩ଟି ଶ୍ରେଣୀ କକ୍ଷ, ନୂତନ ପାଠାଗାରସ୍ଥାପନ କମ୍ପୁଟର ପ୍ରଭୁତି ସମସ୍ୟାର ସମାଧାନ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଷଡ଼ଙ୍ଗୀ ପ୍ରତିଶୃତି ଦେଇଅଛନ୍ତି l ପୂର୍ବ ସରକାରଙ୍କ ଦ୍ୱାରା ୫ଟି କାର୍ଯ୍ୟକ୍ରମ ନିମ୍ନ ମାନର ହୋଇଛି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥିଙ୍କୁ ଅବଗତ କରାଇଥିଲେ ସେ ସମ୍ପର୍କରେ ଆଲୋଚନା କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଷଡ଼ଙ୍ଗୀ ପ୍ରତିଶୃତି ଦେଇଥିଲେ l ଏହି ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ଦୃଷ୍ଟି ଆକର୍ଷଣ କରାଇଥିଲେ l କୃତୀ ପ୍ରତିଯୋଗୀମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପରିଶେଷରେ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)