ପରମାନନ୍ଦ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

0 256

ବୋଲଗଡ,୧୨/୦୧(ପିପିଟି): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦେଶ କ୍ରମେ ବୋଲଗଡ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ଓ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ରଶ୍ମିରାଣୀ ସୁବୁଦ୍ଧି ଏବଂ ଜି. ବବିନାଙ୍କ ମିଳିତ ଆବାହକତ୍ୱରେ ଶନିବାର ଦିନ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ଏହି ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ମହାବିଦ୍ୟାଳୟର ଅଧ୍ୟାପିକା ତଥା ସଂଯୋଜିକା ରଶ୍ମିରାଣୀ ସୁବୁଦ୍ଧି ସୂଚନା ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ଏହି ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରେ କଳା ଓ ବିଜ୍ଞାନ ବିଭାଗର ସମୁଦାୟ ୨୦୨ଛାତ୍ରୀମାନେ ଯୋଗଦେଇ ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷିକାଭାବେ ମିତା ସ୍ୱାଇଁ ଓ ସଂଗୀତା ଜେନା ପ୍ରମୁଖ ୨୦୨ ଜଣ ଛାତ୍ରୀମାନଙ୍କୁ ବାଳିକା ଆତ୍ମରକ୍ଷା କୌଶଳମାନ ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଗାୟତ୍ରୀ ପଟ୍ଟନାୟକ, ଛବିରାଣୀ ସାହୁ, ସୁଧାରାଣୀ ଦାସ ପ୍ରମୁଖ ଉପସ୍ଥିତ ରହି ତାଲିମ ନେଉଥିବା ଛାତ୍ରୀମାନଙ୍କୁ ଉତ୍ସlହିତ କରି ସହଯୋଗ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.