ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର ।

0 280

ଭଞ୍ଜନଗର, ୧୧/୦୧(ପିପିଟି):ଗତ କିଛି ଦିନ ହେଲା ଉତ୍ତର ଘୁମୁସର ବନଖଣ୍ଡରେ ହାତୀପଲ ସକ୍ରିୟ ହୋଇ ଉପଦ୍ରଵ ଚଳାଇଛନ୍ତି।ଫଳରେ ବନ ବିଭାଗ ପାଇଁ ସ୍ଥାନୀୟ ଅଞ୍ଚଳରେ ଧନ ଜୀବନର ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି।କ୍ରମେ ମୁଜାଗଡ ବନାଞ୍ଚଳରେ ଲଗାତାର ଭାବେ ହାତୀପଲ ଜନବସତି ଆଡକୁ ଆସି ଘରଦ୍ୱାର, ସ୍କୁଲ ଆଦି ଭାଙ୍ଗି ଧାନ ଖାଇବା ସହ ପନିପରିବା ଓ କଦଳୀ ବଗିଚାରେ ପଶି ବ୍ୟାପକ ଗଛପତ୍ର ନଷ୍ଟ କରୁଛନ୍ତି।ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ସେହିପରି ଆଜି ସକାଳେ ଡୁମାକୁମ୍ପା ପଞ୍ଚାୟତ ଶାର୍ଦ୍ଦୁଳ ଗ୍ରାମର ସୁଦୁରୁ ନାୟକ(୬୦)ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ମଧ୍ୟ ସୌଭାଗ୍ୟ ବଶତଃ ଖସି ଆସି ନିକଟସ୍ଥ ପୋଖରୀକୁ ଡେଇଁ ପଡ଼ିଥିଲେ।କିଛି ସମୟ ପରେ ହାତୀ ଉକ୍ତ ସ୍ଥାନ ଛାଡ଼ି ଯିବା ପରେ ଗୁରୁତର ଅବସ୍ଥାରେ ସୁଦୁରୁ ଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।ବନ ବିଭାଗ କର୍ମଚାରୀ ମାନେ ଆସି ମେଡ଼ିକାଲରେ ସୁଦୁରୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବିଷୟରେ ପଚାରି ବୁଝିଥିବା ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.