ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରଜତ ଜୟନ୍ତୀ ସମାରୋହ ଉତ୍ସବ ।

0 353

ପୋଲସରା ୨୮/୧୨(ପିପିଟି):ପୋଲସରା ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ତିନିଦିନ ଧରି ଚାଲିଥିବା ରଜତ ଜୟନ୍ତୀ ଉତ୍ସବ ଶନିବାର ଶିକ୍ଷାନୁଷ୍ଠାନ ର ସଭାପତି ଯଦୁନାଥ ମିଶ୍ରଙ୍କ ସଭାପତିତ୍ୱ ରେ ଉଦଯାପିତ ହୋଇଯାଇଛି |ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ର ଉଦଯାପନୀ କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଆଜିର ସମାଜରେ ଶିକ୍ଷା ର ଭୂମିକାଉପରେ ଆଲୋକପାତ କରି ଚରିତ୍ରବାନ ହୋଇ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ସମାଜକୁ ପରାମର୍ଶ ଦେଇ ନିଜର ବକ୍ତବ୍ୟ ରଖିଥିଲେ |ଏତଦ ବ୍ୟତୀତ ଗୋବର୍ଦ୍ଧନ ପୀଠ ସନାତନ ସନ୍ଥ ସମିତି ର ମାର୍ଗ ଦର୍ଶକ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ବତୀ ଯୋଗଦେଇ ନିଜର ମୂଲ୍ୟବୋଧ ବକ୍ତବ୍ୟ ରଖିଥିଲେ | ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ଶିକ୍ଷା ବିକାଶ ସମିତିର କୋଷାଧକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ, ଶିକ୍ଷା ବିକାଶ ସମିତି ର କାର୍ଯ୍ୟକର୍ତ୍ତା କିରଣ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ହୋଇ ନିଜର ବକ୍ତବ୍ୟ ରଖିଥିଲେ |ଶିକ୍ଷାନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାନୁଷ୍ଠାନ ର ସମ୍ପାଦକ ଦୁର୍ଗା ପ୍ରସାଦ ମହାପାତ୍ର ଅତିଥିମାନଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ |ଶିକ୍ଷାନୁଷ୍ଠାନ ର ରଜତ ଜୟନ୍ତୀ କାର୍ଯ୍ୟକ୍ରମ ରେ ଶିକ୍ଷାନୁଷ୍ଠାନ ର ସମସ୍ତ ଗୁରୁଜୀ, ଗୁରୁମା ସମେତ ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ | ପରିଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.