ପୁଣି ଲଗାଣବର୍ଷାରେ କ୍ଷେତରେ ଭିଜିଲା ପାଚିଲା ଧାନ ।

0 213

ଆରଡି,୨୫/୧୨(ପିପିଟି):ଗତ ୭ଦିନ ମଧ୍ଯରେ ଦୁଇଦୁଇଟି ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କର ଉଜାଡି ଦେଇଛି ବର୍ଷକର ଦାନା। ଆରଡି ସମେତ ନାନ୍ଦପୁର,ସୁନ୍ଦରପୁର,ଓଳଗ ଆଦି ୨୧ଖଣ୍ଡ ଗାଁର ଶତାଧିକ ଚାଷୀଙ୍କର ଅମଳ ହୋଇଥିବା ପାଚିଲାଧାନ ଏବେ କ୍ଷେତରେ ବାସୁଛି ତ ଖଳାରେ ଭିଜୁଛି। ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଚାଷୀଙ୍କୁ କଲବଲ କରିଛି। ପ୍ରଥମ ବର୍ଷାରେ ବତୁରା ଧାନକୁ କ୍ଷେତ ଓ ଖଳାରେ ସାଉଁଟୁଥିବା ବେଳେ ପୁର୍ନବାର ଅଦିନିଆ ବର୍ଷା ଦାଉ ସାଜିଲା। ଫଳରେ ଗତ ୭ଦିନ ହେବ କ୍ଷେତରେ ବର୍ଷାପାଣି ୬\୭ଇଞ୍ଚି ଉଚ୍ଚରେ ଲହଡି ମାରୁଥିବାରୁ ଅମଳ ହୋଇଥିବା ଧାନ କଳେଇ ବୁଡି ଯାଇଥିବାରୁ ନଡା ପଚିବାକୁ ବସିଥିବା ବେଳେ ଧାନ ଗଜା ହେବାକୁ ଲାଗିଲାଣି। ଚାଷୀଙ୍କ କହିବା ଅନୁଯାୟୀ ଚାଷ ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ଯ ବିଳମ୍ବ ପରେ ଧାନ ଥୋଡ ସମୟରେ ବାତ୍ଯା ଦାନା ପ୍ରଭାବିତ କରିଥିଲା। ଯାହାକିଛି ବାତ୍ଯା ଦାନାରୁ ବର୍ତ୍ତି ଯାଇଥିଲା ସେତକ ଅଦିନିଆ ବର୍ଷା ଧୋଇନେବ। ସମବାୟ ବ୍ଯାଙ୍କ ଓ ଘରୋଇ ବ୍ଯାଙ୍କ ଋଣ କପରି ସୁଜିବେ ବର୍ଷ ସାରା ପରିବାର କିପରି ଚଳାଇବେ ଚାଷୀ ଏବେ ଭାଙ୍ଗି ପଡିଛନ୍ତି। ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବା ସହ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଅମଳଧାନର ଅନୁଧ୍ଯାନ କରି ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.