ଗୁରୁକୃପା ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 333

ଭଞ୍ଜନଗର, ୨୪/୧୨(ପିପିଟି) : ଭଞ୍ଜନଗର କଲେଜ ରୋଡ଼ରେ ଥିବା ଗୁରୁକୃପା ଆବାସିକ ବିଦ୍ୟାଳୟରେ ସମ୍ପାଦକ ସୁବ୍ରତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆଜି ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ଅନ୍ୟତମ ଅତିଥି ଭାବେ ଅନୁପମ ବାନାର୍ଜୀ, ବିଦ୍ୟାଳୟ ସଭାପତି ଏ. ସୂର୍ଯ୍ୟନାରାୟଣ ଦୋରା,ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିଶିର କାନ୍ତ ସାହୁ ପ୍ରମୁଖ ଅତିଥି ଭବେ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦୟାନନ୍ଦ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।ବିଦ୍ୟାଳୟ ର ଶିକ୍ଷା ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା ଓ ଛାତ୍ରଛାତ୍ରୀ ଙ୍କ ଆଚାର ବ୍ୟବହାରକୁ ଅତିଥିମାନେ ବେଶ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସମସ୍ତ ଅବିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.