ବୋଲଗଡ଼,୨୩/୧୨(ପିପିଟି):ବୋଲଗଡ଼ ବ୍ଲକ ସାଗରଗୁଆଁ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।ବିଡ଼ିଓ ଶରତକୁମାର ମଲ୍ଲିକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ବିଧାୟକ ପ୍ରଦୀପକୁମାର ସାହୁ,ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ ଓ ଏମପି ପ୍ରତିନିଧି ଭାବେ ପ୍ରକାଶ ବିଜୁଳୀଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଦୀପ୍ତିକାନ୍ତ ସେଠୀ,ଆରକ୍ଷୀ ଅଧିକ୍ଷିକା ସାଗରିକ ନାଥ ଓ ପ୍ରମୁଖଙ୍କ ସମେତ ଜିଲ୍ଲା ଓ ବ୍ଲକ ର ସମସ୍ତ ବିଭାଗର ଅଧକାରୀ ମାନେ ଉପସ୍ଥିତ ଲୋକଙ୍କ ଅଭିଯୋଗ ଶୁଣିଥିଲେ।ଏହି କାର୍ଯ୍ୟକ୍ରମ ରେ ବୋଲଗଡ଼ ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ସମୁଦାୟ ୨୨୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୨୦୬ ଟି ଓ ସାମୁହିକ ଭାବେ ୧୪ ଟି ଅଭିଯୋଗ ରହିଥିଲା।ସେହିପରି ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ୩ ଜଣକୁ ୩୦ ହଜାର ଓ ରେଡକ୍ରସ ସହାୟତାରେ ୨ ଜଣକୁ ୧୮ ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତି ହୋଇଥିଲା। ଶିବିରରେ ୪ଟି ଅଭିଯୋଗର ତତ୍କlଳ ସମାଧାନ କରାଯାଇଥିଲା।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅବସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସମୁଦାୟ ୧୭୩ ଜଣ ଦିବ୍ୟlଙ୍ଗ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାନସିକ ବିକଳାଙ୍ଗ ୩୩ ଜଣ,ଦୃଷ୍ଟିବାଧିତ ୧୫ଜଣ, ଶ୍ରବଣ ବାଧିତ ୪୮ ଜଣ ଓ ଶାରୀରିକ ବିକଳାଙ୍ଗ ବିଭାଗ ରେ ୭୭ଜଣ ଥିଲେ।ଏହି ଦିବ୍ୟlଙ୍ଗ ମାନଙ୍କୁ ବିଶେଷଜ୍ଞ ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରି ପରାମର୍ଶ ଦେବା ସହ ଦିବ୍ୟଂ ପ୍ରମାଣପତ୍ର ପ୍ରଦାନ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)