କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଦାବି ।

0 213

ଭଞ୍ଜନଗର, ୨୧/୧୨. ଲଘୁଚାପଜନିତ ଅଦିନିଆ ବର୍ଷାରେ କ୍ଷତି ଗ୍ରସ୍ତ ଚାଷିଙ୍କୁ ଆର୍ଥିକ ସହାୟତା ପ୍ରଦାନ ସକାଶେ ଘୁମୁସର ସଂଘର୍ଷ ସମିତି ପକ୍ଷରୁ ଦାବି କରାଯାଇଛି।

ପୌଷ ମାସରେ ଅଦିନିଆ ବର୍ଷା ଯୋଗୁଁ ଚାଷି ବୃନ୍ଦ ପ୍ରଭାବିତ ହୋଇଛନ୍ତି । ଘୁମୁସର ଉପଖଣ୍ଡର ଚାଷି ମାନେ ଅଦିନିଆ ବର୍ଷାର କୌଣସି ପୂର୍ବ ସୂଚନା ପାଇ ନଥିବା ଯୋଗୁଁ ପ୍ରାୟ ଷାଠିଏ ପ୍ରତିଶତ ଚାଷି ଧାନକୁ କାଟି ବିଲରେ ହିଁ ରଖିଥିଲେ। ବର୍ଷା ହୋଇ ନଥିଲେ ସେମାନେ ଧାନକୁ ମଳି ବିଲରୁ ନେଇ ଆସିଥାନ୍ତେ ହେଲେ ଅଦିନିଆ ବର୍ଷା କାରଣରୁ ଚାଷିମାନେ ଆଉ ଧାନକୁ ମଳି ପାରିଲେ ନାହିଁ। ଯାହାଫଳରେ ତିନି ଦିନ ଧରି କ୍ରମାଗତ ବର୍ଷା ଯୋଗୁଁ କଟା ଧାନସବୁ ବିଲ ମଝିରେ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି।ଫଳରେ ଧାନସବୁ ସମ୍ପୂର୍ଣ ରୂପେ ବୁଡି ନଷ୍ଟ ହୋଇଯାଇଛି। ଚାଷି ମାନଙ୍କର ବର୍ଷକର ପରିଶ୍ରମ ବୃଥା ହୋଇଛି । ସରକାରଙ୍କ ତରଫରୁ ବର୍ଷା ସମ୍ବନ୍ଧିୟ କୌଣସି ପୂର୍ବ ସୂଚନା କିମ୍ବା ପାଲ ଯୋଗାଇ ନ ଦେବାରୁ ଆଜି ଚାଷି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।ଏଣୁ ଚାଷି ମାନଙ୍କୁ ତୁରନ୍ତ ସରକାରି ସହାୟତା ପ୍ରଦାନ କରିବା ପାଇଁ ଚାଷି ମାନଙ୍କ ତରଫରୁ ଘୁମୁସର ସଂଘର୍ଷ ସମିତିର ଆବାହକ ଖରାଂଶୁ ଶେଖର ଦାସ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.