ଧନୁମୁଆଁର ଉପାଦେୟତା।

0 276

ବୋଲଗଡ଼,୧୬/୧୨(ପିପିଟି):ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଶୀତ ଋତୁରେ ପୀତ ପ୍ରକୋପରୁ ଗୁଡ଼ ରକ୍ଷା କରେ ।ଡାଇବେଟିସ ରୋଗୀଙ୍କୁ ଚିନିରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଚିକିତ୍ସକ ବାରଣ କରିଥାନ୍ତି, କିଂତୁ ଗୁଡ଼ରୁ ପ୍ରସ୍ତୁତ ଖାଦ୍ୟ ସେ ଖାଇପାରିବେ ।ଶର୍କରା ଜାତୀୟ ପଦାର୍ଥର ଜନକ ହେଉଛି ଗୁଡ଼ ଯାହାକି ଆଖୁରୁ ମିଲିଥାଏ । ଶର୍କରାର ପ୍ରଥମ ପ୍ରସାଦ ରୂପେ ଆଖୁକୁ ଗ୍ରହଣ କରାଯାଏ । ଶ୍ରେଷ୍ଠ କୁଳ ଦେବତା ଜଗନ୍ନାଥଙ୍କୁ ସୁମରଣା କରି ଆଖୁଶାଳ କରିଥାଏ କୃଷକ । ଆଖୁଶାଳ ସହ ଯଜ୍ଞଶାଳ ସହ ତୁଳନୀୟ । ବିଭିନ୍ନ ରୋଗର ଆରୋଗ୍ୟ ନିମନ୍ତେ ସର୍ବାଧିକ ମୋଦକ ଏବଂ ଅନ୍ୟ ଔଷଧ ଗୁଡ଼ରୁ ପ୍ରସ୍ତୁତ କରାଯାଏ। ଉଦାହରଣ ସ୍ୱରୂପ ଚ୍ୟବନପ୍ରାସ ମୁଖ୍ୟ ଉପାଦାନ ଗୁଡ଼ ।ଦୀପାବଳି ପର୍ବ ପାଳନ ସମୟରେ ପୂର୍ବ ପୁରୁଷଙ୍କୁ ଆଖୁକୁ ପ୍ରଥମ ଭୋଗ ରୂପେ ପ୍ରଦାନ କରାଯାଏ ।ମାର୍ଗଶିର ମାସ ସରି ଆସିବା ଓ ପୌଷ ଆରମ୍ଭ ହେଉଥବା ସମୟରେ ଆଖୁରୁ ଗୁଡ଼ ଉତ୍ପାଦିତ ହୁଏ । ମାର୍ଗଶିର ପୂର୍ଣ୍ଣିମା ପରବର୍ତ୍ତୀ ଦିବସରେ ଆଜି ଧନୁ ସଂକ୍ରାନ୍ତିରେ ପ୍ରଭୁ ଜଗନ୍ନାଥଙ୍କ ପହିଲିଭୋଗ ଆରମ୍ଭ ହେଉଅଛି ଯାହାକି ମକର ସଂକ୍ରାନ୍ତି ପୂର୍ବ ଦିବସ ପର୍ଯ୍ୟନ୍ତ ଚାଲୁ ରହିବ । ଆଜି ପ୍ରସ୍ତୁତ ହୋଇ ପୂଜା ହେଉଥିବା ମୁଆଁକୁ ଧନୁ ମୁଆଁ କହନ୍ତି। ଏହା ଧନୁ ପରି ଦେଖାଯାଏ ନାହିଁ, କିନ୍ତୁ ଧନୁ ପରି ଏହା ଶକ୍ତ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.