ଭଞ୍ଜନଗର, ୧୦/୧୨(ପିପିଟି) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ତରଫରୁ ଆୟୋଜିତ ବେଲଗୁଣ୍ଠା ବ୍ଲକ ସ୍ତରୀୟ ଶିଶୁଉତ୍ସବ ଆର୍ଯ୍ୟକନ୍ୟା ଗୁରୁକୁଳ, ତନରଡ଼ା ଠାରେ ସଭାପତି ରବିନାରାୟଣ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ବେହେରା, ମୁଖ୍ୟବକ୍ତା ଭାବେ ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ସମ୍ମାନିତ ଅତିଥି ଭାବେ ଆଗାମୀ ବର୍ଷର ଭଞ୍ଜନଗର ରୋଟାରୀ କ୍ଳବ ସଭାପତି ରଞ୍ଜିତ କୁମାର ବାରିକ, ହୃଷିକେଶ ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଗାୟତ୍ରୀ ମିଶ୍ର, ଜିଲ୍ଳା ସଭାପତି ସନ୍ତୋଷ ଜେନା, ସ୍ନେହଲତା ବିଷୋୟୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ସେଥିପାଇଁ ଯୋଗ ଦେଇ ଓଷ୍ଟାର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଏଥିରେ ବ୍ଲକର ୧୨ ଉଚ୍ଚ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଦଶଟି ବିଭାଗରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ଛାତ୍ରଛାତ୍ରୀ ଆଗାମୀ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଯାହାକି ଗୋପାଳପୁର ବେଳାଭୂମି ଉଚ୍ଚ ବିଦ୍ୟାଳୟ ଠାରେ ହେବ ସେଥିରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମକୁ ଆଖପାଖରେ ଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ଶେଷରେ ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସେଠି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)