ବୋଲଗଡ଼,୦୮/୧୨(ପିପିଟି):ଲଘୁଚାପ ପ୍ରଭାବ ରେ ବୋଲଗଡ଼ ଅଞ୍ଚଳରେ ଦେଖାଯାଇଛି ପାଣି ପାଗର ପରିବର୍ତ୍ତନ। ବର୍ଷାଦାଉରୁ ପାଚିଲା ଧାନଫଷଲର ସୁରକ୍ଷା ପାଇଁ ଚିନ୍ତା ରେ ଚାଷୀ। ବର୍ଷା ହେଲେ ନଷ୍ଟ ହୋଇଯିବ ବର୍ଷକର ଖାଦ୍ୟ। ବର୍ଷା ଦାଉରୁ ଧାନ ଫସଲକୁ କିପରି ସୁରକ୍ଷା ଦେବ ସେଥିପାଇଁ ଛାନିଆ ହୋଇ ପଡିଛି ଚାଷୀ। ଅମଳ ହୋଇଥିବା ଧାନ ଫସଲକୁ କିପରି ସୁରକ୍ଷିତ ରଖିବେ ତତ୍ପର ହୋଇପଡିଛନ୍ତି ଚାଷୀ ପରିବାର। ବର୍ତ୍ତମାନ ସୁଦ୍ଧା ଅନେକ ଜମି ରେ ମେଘୁଆ ପାଗ ଦେଖି ଧାନକଟା ହୋଇ ନଥିବାବେଳେ ଆଉକିଛି ଜମିରେ ଧାନକଟା ହୋଇ ପଡି ରହିଛି। ଖଳାରେ କିପରି ଧାନକୁ ସୁରକ୍ଷିତ ରଖିବାପାଇଁ ଚାଲିଛି ଯୋରଦାର ଉଦ୍ୟମ। ବୋଲଗଡ଼ ଅଞ୍ଚଳ ର ଚାଷୀ ମାନେ ମେଘକୁ ଦେଖି ଛାନିଆ ହୋଇ ଧାନକୁ ବିଭିନ୍ନ ଉପାୟରେ ଧାନକୁ ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି ଏବଂ ଆଉ କିଏ ମେସିନ୍ ସାହାଯ୍ୟ ରେ ଧାନ ଅମଳ କରୁଥିବା ର ଦେଖିବାକୁ ମିଳିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)