ହରିହର ବିଦ୍ଯାପୀଠ ରେ ବିଶ୍ୱ ରେଡକ୍ରେସ ଦିବସ ପାଳିତ।

0 148

ବୋଲଗଡ଼,୦୧/୧୨(ପିପିଟି): ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ବ ଏଡସ୍ ଦିବସ ପାଳନ କରାଯାଏ । ରେଡ୍ ରିବନ୍ ସାଇନ୍ ଏଡସ୍ ବିଷୟରେ ସଚେତନତାର ପ୍ରତୀକ ଅଟେ । ଆଜିର ଦିନ ବିଶ୍ବର ଏଚ୍.ଆଇ.ଭି ପୀଡିତ ତଥା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ଏବଂ ରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଏକଜୁଟ ହେବା ପାଇଁ ଉତ୍ସର୍ଗୀକୃତ ହୋଇଛି । ବିଶ୍ୱ ଏଡସ୍ ଦିବସ, ପ୍ରଭାବିତ ଲୋକଙ୍କୁ ସକ୍ଷମ ଏବଂ ସମର୍ଥନ କରିବାକୁ ଲୋକଙ୍କୁ ନିବେଦନ କରି ଯାହାଦ୍ୱାରା ଏହି ରୋଗ ଦୂର ହୋଇପାରିବ ଏହି ଅବସରରେ ବୋଲଗଡ ବ୍ଲକ ଅସରଳା ହରିହର ବିଦ୍ଯାପୀଠ ର ପ୍ରଧାନଶିକ୍ଷକ କ୍ଷେତ୍ର ବାସୀ ରଣାଙ୍କ ପୌରହିତ୍ୟରେ ବିଶ୍ୱ ରେଡକ୍ରସ ଦିବସ ପାଳନ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଜୁନିଅର ରେଡକ୍ରସ ର ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସଚେତନତା କରିଥିଲେ ।ତା ପରେ ବିଦ୍ୟାଳୟ କକ୍ଷରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଆରମ୍ଭରେ ବିଦ୍ୟାଳୟର ଶିକ୍ଷକ ପ୍ରସନ୍ନ କୁମାର କର କାର୍ଯ୍ୟକ୍ରମର ଉଦେଶ୍ଯ କଥନ କରିଯୁବ ରେଡକ୍ରସର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । । ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଣା ଏଡସ୍‌ ମହାମାରୀକୁ ରୋକିବାକୁ ହେଲେ ଏଚ୍‌ଆଇଭି ସଙ୍କ୍ରମଣକୁ ପ୍ରତିହତରେ ସମସ୍ତ ଉପାୟ ଅବଲମ୍ବନ, ଠିକ ଚିକିତ୍ସା ଓ ଔଷଧ ସେବନ, ଅଧ୍ୟାତ୍ମିକତା ଓ ନୈତିକତାକୁ ପାଥେୟ, ଗୋଷ୍ଠୀରେ ନେତୃତ୍ଵ, ଜୀବନସାଥୀ ପ୍ରତି ବିଶ୍ୱସ୍ତତାକୁ ପ୍ରାଧାନ୍ୟ ଦେବାକୁ ଗୁରୁତ୍ଵ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ରେଡକ୍ରସ ମାଧ୍ୟମରେ ଆମେ କିଭଳି ସମାଜ ସେବାରେ ନିଜକୁ ସମର୍ପିତ କରିବା ତାହା ଶୁଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ହରିହର ବିଦ୍ଯାପୀଠ ର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.