ନିଖିଳ ଉତ୍କଳ ଖରୁଡା ସମାଜର ବୈଠକ ।

0 287

ଭଞ୍ଜନଗର, ୨୫/୧୧(ପିପିଟି) : ନିଖିଲ ଉତ୍କଳ ଖରୁଡା ସମାଜର ବନ୍ଧୁ ମିଳନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଭଞ୍ଜନଗର ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ଭଞ୍ଜନଗର, କନ୍ଧମାଳ ଓ ନୟାଗଡ ଅଞ୍ଚଳରୁ ଖରୁଡା ଜାତିର ବହୁ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ। ଚିତ୍ତ ରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିଖିଳ ଉତ୍କଳ ଖରୁଡ଼ା ସମାଜ ସମ୍ପାଦକ ପ୍ରଶ୍ନ ନାୟକ, କୋଷାଧ୍ୟକ୍ଷ ଦେବରାଜ ନାୟକ,ଲିଙ୍ଗରାଜ ନାୟକ,ଯୋଗେନ୍ଦ୍ର ସେନାପତି,ସୁବାଷ ମହାପାତ୍ର,କନ୍ଧମାଳ ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ନାୟକ,ଶେରଗଡ ପେଣ୍ଠ ସଭାପତି ନିରଞ୍ଜନ ନାୟକ ଯୋଗ ଦେଇଥିଲେ। ଅନେକ ସମୟରେ ପାରିବାରିକ ତିକ୍ତତା ସମାଧାନ ହୋଇ ପାରୁ ନ ଥିବା ବେଳେ କିନ୍ତୁ ଆଜିର ବୈଠକରେ ପାରିବାରିକ ସମସ୍ୟା ଗୁଡିକର ସମାଧାନ କିପରି ହୋଇ ପାରିବ ସେ ଉପରେ ଗୁରୁତ୍ୱ ଦେବା ଉପରେ ମତ ପ୍ରକାଶ ପାଇଥିଲା।ଖରୁଡା ସମାଜ ପେଣ୍ଠ ଗଠନର ଆବଶ୍ୟକତା ଦୃଷ୍ଟିରେ ରଖି ନୂତନ କମିଟି କିପରି ଆଗାମୀ ଦିନରେ ଖରୁଡା ସମାଜ ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହ କୂଳ ସମାଜର ସମସ୍ୟା ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ, ରଞ୍ଜନ ନାୟକ, ସୀମାଞ୍ଚଳ ମହାପାତ୍ର, ଉପେନ୍ଦ୍ର ବେହେରା,ଅତିଥି ନାୟକ, ସୁଧୀର ସାହୁ,ବବୁଲି ସୁବୁଦ୍ଧି ଟୁଲୁ ସୁବୁଦ୍ଧି,କାହ୍ନୁ ସେନାପତି, ଟୁଟୁ ସେନାପତି,ବୁଲୁ ସେନାପତି, ଚିତ୍ତରଞ୍ଜନ ନାୟକ ,ନବକୃଷ୍ଣ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ଅଞ୍ଚଳ ସମ୍ପାଦକ ସୁରେନ୍ଦ୍ର ବେହେରା ଓ ସୀମାଞ୍ଚଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.