ବୋଲଗଡ,୨୩/୧୧(ପିପଟି):ବୋଲଗଡ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ବୀର ଦାସଙ୍କ ଆବାହକତ୍ୱରେ ଓ ପରିଚାଳନା କମିଟି ଆନୁକୂଲ୍ୟରେ ଶନିବାର ଦିନ ବୋଲଗଡ ମହୋତ୍ସବ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଟାଉନକ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ।ବୈଠକରେ ଐତିହାସିକ ରବୀନ୍ଦ୍ର କୁମାର ପରିଡା, ପ୍ୟାରୀମୋହନ ଦାସ, ଲଲାଟେନ୍ଦୁ କେଶରୀ ସିଂ,ଗୋପୀନାଥ ଖାଡ଼ଙ୍ଗା,ପାର୍ବତୀକାନ୍ତ ଚମ୍ପତିରାୟ, ବଜେନ୍ଦ୍ର କୁମାର ପାଲଟାସିଂହ, ମନୋଜ କୁମାର ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଓ ଜନସାଧାରଣ ଯୋଗଦେଇଥିଲେ।ପ୍ରାରମ୍ଭରେ ରବୀନ୍ଦ୍ର କୁମାର ପରିଡା ସ୍ୱାଗତ ଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ ଦାସ ଅତିଥି ପରିଚୟ ପ୍ରଦାନ କରି ଗତ ବର୍ଷ ମହୋତ୍ସବର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ ଏବଂ ଚଳିତ ବର୍ଷ ମହୋତ୍ସବ ପାଳନ ପାଇଁ ବଜେଟ ଉପସ୍ଥାପନା କରିଥିଲେ।ଚଳିତ ବର୍ଷ ମହୋତ୍ସବ ପରିଚାଳନା ପାଇଁ ସ୍ଥାୟୀ ସଭାପତି ଭାବେ ବିଧାୟକ ପ୍ରଦୀପ କୁମାର ସାହୁଙ୍କୁ ସର୍ବ ସଂମ୍ମତି କ୍ରମେ ମନୋନୀତ କରାଗଲା।ଏହି ପ୍ରସ୍ତାବକୁ ମହୋତ୍ସବ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସନାତନ ପାଟଶାଣୀ ସମର୍ଥନ ଜଣାଇଥିଲେ।ଚଳିତ ବର୍ଷ ୨୧ତମ ବୋଲଗଡ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ନୂତନ ସଭାପତି ପ୍ରଦୀପ କୁମାର ସାହୁ ଆଲୋଚନା କରି ନୂତନ ପ୍ରସ୍ତାବମାନ ଦେଇଥିଲେ।ଦର୍ଶକ ମାନଙ୍କର ମନ ମୋହିବାପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ନୃତ୍ୟ,ସଙ୍ଗୀତଦଳ ମାନଙ୍କୁ ଯୋଗାଇଦେବାକୁ କହିଥିଲେ।ଏଥିରେ ବହୁ ସଂଖ୍ୟାରେ ଷ୍ଟଲ ନିର୍ମାଣ କରାଯାଇ ବ୍ୟବସାୟୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବା ସହିତ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଆଲୋକରେ ମହୋତ୍ସବକୁ ରଙ୍ଗାୟିତ କରାଯିବ।ପରିଶେଷରେ ସାଂସ୍କୃତିକ ସମ୍ପାଦକ ପ୍ରଫୁଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)