ଦୀର୍ଘ ଏକ ମାସର ପୂଜାର୍ଚ୍ଚନା ପରେ ମା ନେଲେ ମେଲାଣି ।

0 32

କୋଦଳା,୧୫/୧୧(ପିପିଟି):କୋଦଳାରେ ମା ଗଜଲକ୍ଷ୍ମୀ ପୂଜା !ଦୋଳପୁର୍ଣିମା ପରେ ଏ ହେଉଛି କୋଦଳା ପାଇଁ ଦ୍ଵିତୀୟ ବଡ଼ଯାତ୍ରା ।କୁମାର ପୁର୍ଣିମା ଠାରୁ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ମା ଙ୍କ ଆବିର୍ଭାବ । ପୁରୁଣା ବଜାର ଏବଂ ନାରାୟଣୀ ଯୁବକ ମାନଙ୍କ ଏ ହେଉଛି ପ୍ରତିଦ୍ବନ୍ଦିତା ଯାତ୍ରା । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଏହି ପୂଜା ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ବି ମହା ଆଡମ୍ବର ସହକାରେ ଏହି ପୂଜା ଚାଲିଥିଲା । ଗ୍ରାମରେ ସନ୍ଧ୍ୟା ହେଲେ ମା ମାଉସୀଙ୍କ ଦୁଇ ପୂଜା ମଣ୍ଡପ ରେ ସମାଗମ । ଆଳତୀ ଦର୍ଶନ ସହିତ ମାଙ୍କ ଆଶୀର୍ବାଦ ପାଇବାପାଇଁ ବ୍ୟାକୁଳ !ତତ ସହିତ ପ୍ରତ୍ୟକ ଦିନ ଭିନ୍ନ ଭିନ୍ନ ମାଙ୍କ ଭୋଗ ବି ଭକ୍ତ ଙ୍କୁ ଆକୃଷ୍ଟ କରୁଥିଲା ।ଏହି ଏକ ମାସ ମଧ୍ୟରେ ୧୩ ତାରିଖରେ ବଜାର ସାହି ପୂଜା ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ଅନୁଷ୍ଠିତ ହୋଇଥିବା ବେଳେ ତା ପରଦିନ ନାରାୟଣୀ ପୂଜାମଣ୍ଡପ ପକ୍ଷରୁ ମଧ୍ୟ ମେଲୋଡି ପରିବେଷଣ ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଘଣ୍ଟ, ମୃଦଙ୍ଗ, କୀର୍ତ୍ତନ,ଢୋଲ,ସୁଦୂର ରାଜସ୍ଥାନରୁ ଆସିଥିବା ଅଘୋରୀ ବାବା ଗ୍ରୁପ, ଆତାଶବାଜି ଓ ଡିଜେ ର ତାଳେ ତାଳେ ଏକ ବିରାଟ ପଟୁଆର ରେ ମା ନାରାୟଣୀ ପୂଜା କମିଟି ଗ୍ରାମ ପରିକ୍ରମା କରିବା ସହିତ ମାଙ୍କୁ ମେଲାଣି ଦେଇ ଭସାଣି କରିଥିଲେ । ଆସନ୍ତା ଦୁଇଦିନ ମଧ୍ୟରେ ବଜାର ସାହି ମେଢ଼ ବିସର୍ଜନ ହେବ ବୋଲି ଜଣାଅପଡ଼ିଛି । ଏକ ମାସ ଧରି କୋଦଳା ରେ ଅଧ୍ୟାତ୍ମିକ ପରିବେଶ ଶୃଷ୍ଟି ହେଉଥିବା ବେଳେ ପ୍ରତ୍ୟକ ବାରଣ୍ଡାରେ ମା ମାଉସୀଙ୍କ ହୁଳହୁଳି ଶବ୍ଦ ସହିତ ଖୁସିର ଲୁହ ଝରିପଡୁଥିବା ଦେଖିବାକୁ ମିଳିଥିଲା । ନାରାୟଣୀ ପୂଜାକମିଟି ସଭାପତି ସମୀର ପରିଡା ଆସନ୍ତା ବର୍ଷ ଆହୁରି ଜକାଯକମ ରେ ପୂଜା ପାଳନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.