କୋଦଳା,୧୫/୧୧(ପିପିଟି):ଧର୍ମମାସ ମହା କାର୍ତ୍ତିକର ଶେଷଦିନ ତଥା କାର୍ତ୍ତିକ ପୁର୍ଣ୍ଣିମାରେ କୋଦଳା ତଥା ବେଗୁନିଆପଡା ଅଞ୍ଚଳ ର ସମସ୍ତ ଶୈବମନ୍ଦିର ରେ ଭକ୍ତଙ୍କ ଗହଳି ଲାଗିରହିଛି । କୋଦଳା ଅଞ୍ଚଳର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ରେ ସାରା ଦିନ ଭକ୍ତଙ୍କ ଗହଳି ଲାଗିରହିଥିଲା । ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ଗହଳି ବଢିବାକୁ ଲାଗିଥିଲା । ମଧ୍ୟାହ୍ନ ମହାପ୍ରଭୁଙ୍କ ଭୋଗଲାଗି ପରେ ପରମ୍ପରା ଅନୁଯାଇ ମର୍ଦ୍ଦମେଖ,ଗୁଡ଼ିଆଳି,ଦିଗୀ,କନ୍ଦିଆ, ବେଳଝରୀ,ଇନାମ ବେଲପଡାର ଗ୍ରାମବାସୀଙ୍କ ଦ୍ୱାରା ବେଢା ମଧ୍ୟରେ ନାମ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।କିଛିଘଣ୍ଟା ଥଳ ମୃଦଙ୍ଗର ତାଳେ ତାଳେ କୀର୍ତ୍ତନ କରି ଝୁମି ଉଠିଥିଲେ । ଯିଏ ଯାହାର କଳା ନଇପୂଣ୍ୟ ପ୍ରଦର୍ଶିତ କରିଥିଲେ । ସନ୍ଧ୍ୟାରେ ମହାପ୍ରଭୁଙ୍କ ବେଢା ପରିକ୍ରମା ପରେ ଯାତ୍ରା ଶେଷ ହୋଇଥିଲା । ତିରିଶ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କୁ ଗହଳି ଲାଗିରହିଥିଲା ।ସେହିପରି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ଧବଳେଶ୍ୱର, ବେଗୁନିଆପଡା ସିଦ୍ଧେଶ୍ୱର, କେ.ବରିଡା ,ଅମରେଶ୍ୱର, ଫାଶୀ ମାଣିକେଶ୍ୱର,ଶାଳବଣ ସିଦ୍ଧେଶ୍ୱର, ଦିଗାପଡା, ଲଙ୍ଗଳେଶ୍ୱର ପ୍ରଭୃତି ଶିବ ମନ୍ଦିର ରେ ଭକ୍ତଙ୍କ ଗହଳି ଲାଗିରହିଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ମନ୍ଦିର ପ୍ରଶାସନ ସମେତ କୋଦଳା ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
(ରିପୋର୍ଟ-ସୂର୍ଯ୍ୟନାରାୟଣ ବଡୁ ।)