ଉଦ୍ଧାର ହେଲା ୧୫ ଫୁଟର ଅଜଗର, ଜଙ୍ଗଲରେ ଛାଡିଲା ବନ ବିଭାଗ ।

0 210

କଟକ,୧୩/୧୧: ଏକ ବୁଦା ମୂଳରୁ ଉଦ୍ଧାର ହେଲା ୧୫ ଫୁଟର ଅଜଗର। କଟକ ଜିଲ୍ଲା କିଶନନଗର ଥାନା ବାରଦା ପଞ୍ଚାୟତ ମହାନଦୀ କୂଳ ନାନକାର ଗଡାରେ ଥିବା ଏକ ବୁଦା ମୂଳରେ ୧୫ ଫୁଟର ଅଜଗର ସାପ ବୁଲା ବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖି ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ ସାପକୁ ଉଦ୍ଧାର କରିଥିଲେ । ଏକ ପଞ୍ଜୁରୀ ସାହାଯ୍ୟରେ ଚୌଦ୍ଵାର ଡମ ଡ଼ମଣି ଜଙ୍ଗଲରେ ଛାଡ଼ିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.