ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟର ବୈଠକ ।

0 400

ଭଞ୍ଜନଗର, ୧୧/୧୧(ପିପିଟି) : ନବ ଗଠିତ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟର ବୈଠକ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ପଞ୍ଚଭୁତି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଓ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହୋଇଥିଲା। ସାମ୍ମୁଖ୍ୟର ଆଭିମୁଖ୍ୟ ସମ୍ପର୍କରେ ଵିସ୍ତୃତ ଭାବରେ ଆଲୋଚନା ହୋଇ ଏଥିସହିତ ସହମତି ପ୍ରକାଶ କରୁଥିବା ରାଜନୈତିକ ଦଳ, ବ୍ୟକ୍ତି ବିଶେଷ ଓ ସିଭିଲ ସସୋଇଟିକୁ ନେଇ ଆଗାମୀ ଦିନରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା, ସାମାଜିକ ନ୍ୟାୟ, ଓ ସମାଜବାଦ ପ୍ରତିଷ୍ଠା, ବେକାରୀ ସମସ୍ୟାର ସମାଧାନ, ଦର ବୃଦ୍ଧି ରୋକିବା, ଇଭିଏମ ଉଚ୍ଛେଦ ଓ ବ୍ୟାଲଟ ପେପର ପୁନଃ ପ୍ରଚଳନ,ଧାନର ମାନ ପରୀକ୍ଷାରେ କୈାଣସି ସର୍ତ୍ତ ନରଖି ରାଜ୍ୟ ସରକାରଙ୍କ ଘୋଷିତ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା ପ୍ରଦାନ, କୃଷକର ଆତ୍ମହତ୍ୟାକୁ ରୋକିବା ପାଇଁ ଅବିଳମ୍ବେ କୃଷି ଋଣ ଛାଡ, ଜାତିଭିତ୍ତିକ ଜନଗଣନା କରି ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥାକୁ ଚାଲୁ ରଖିବା, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ମାନବବାଦର ପ୍ରସାର ଆଭିମୁଖ୍ୟକୁ ନେଇ ବୃହତ୍ତ ଜନ ଆନ୍ଦୋଳନ କରିବା ପାଇଁଁ ନିଷ୍ପତ୍ତି ନିଆଯାଇଛି। ସାମ୍ମୁଖ୍ୟ ର କୋର କମିଟି ତରଫରୁ ହିମାଂଶୁ ପାଢ଼ୀ, ଆଇନଜୀବି ଅଭିମନ୍ୟୁ ଗୌଡ଼, ବିପ୍ର ଚରଣ ନାୟକ,ଏସ. ଏନ ପ୍ରଧାନ,ରବି ନାରାୟଣ ସାମନ୍ତ, ଓ ମାଧବ ନାୟକ ବକ୍ତବ୍ୟ ରଖିଥିଲେ। ଏତତ୍ ବ୍ୟତୀତ ପଞ୍ଚଭୂତି ଗ୍ରାମ ସରପଞ୍ଚ ଶ୍ୟାମ ସୁନ୍ଦର ସେଠୀ, ସାଥୀ କୈଳାସ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଆଦିବାସୀ ନେତା ପୁର୍ଣଚନ୍ଦ୍ର ପ୍ରଧାନ ଅନ୍ଧ ବିଶ୍ୱାସ ଦୂର କରିବା ସମ୍ପର୍କିତ ଏକ କବିତା ପାଠ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ପରିଶେଷରେ ମାଧବ ନାୟକ ଧନ୍ୟବାଦ ଦେଇଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.