ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ମଶାରୀ ବଣ୍ଟନ ପାଇଁ ପ୍ରସ୍ତୁତି ବୈଠକ ।

0 232

ମାଲକାନଗିରି ,୨୫/୧୦(ପିପିଟି) :ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ପରିଷଦ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ମିଶ୍ରିତ ମଶାରୀ ବଣ୍ଟନ ସକାଶେ ଏକ ବୈଠକ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଡ଼. ବ୍ରଜବନ୍ଧୁ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ, ମାଲକାନଗିରି, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ( ମଶା ବାହିତ) ଡ଼. କବିତା ସ୍ୱାଇଁ, ସମସ୍ତ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏହି ସଭାରେ ଉପସ୍ଥିତ ରହିଥିଲେ ।
ମାଲକାନଗିରି ଜିଲ୍ଲାରେ ୧୨୪୯ ମଶାରୀ ବିତରଣ କେନ୍ଦ୍ରରେ ୩୮୦୯୯୩ ମଶାରୀ ବଣ୍ଟନ କରାଯିବ । ଜିଲ୍ଲାକୁ ରାଜ୍ୟ ସରକାର ୪୧୫୯୯୩ ମଶାରୀ ଯୋଗାଇ ଦେଇଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲାରେ ରାଜସ୍ୱ ଓ ପଡା,ଗ୍ରାମ ସଂଖ୍ୟା ୨୨୪୨ ରହିଥିବା ବେଳେ ଆଗାମୀ ୧୮ ତାରିଖ ଠାରୁ ଆରମ୍ଭ କରାଯାଇ ୨୧ ତିରିଖ ପର୍ଯ୍ୟନ୍ତ ମଶାରୀ ବଣ୍ଟନ କରାଯିବ।ଏହି ସଭାକୁ ଶ୍ରୀ. ଅଜିତ କୁମାର ଦଳାଇ, ଜିଲ୍ଲା ମଶା ବାହିତ ପରାମର୍ଶଦାତା ପରିଚାଳନା କରିଥିଲେ ଏବଂ ଜିଲ୍ଲାର ମଶାରୀ ବଣ୍ଟନର କାର୍ଯ୍ୟ ସୂଚୀ ଓ ଯୋଜନା କମିଟି ଆଗରେ ଉପସ୍ଥାପନା କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.