ଯାଜପୁର,୨୪/୧୦(ପିପିଟି): ବାତ୍ୟା ହେଉ ଅବା ବନ୍ୟା ମୁଁ ସବୁବେଳେ ସୁକିନ୍ଦା ବାସୀଙ୍କ ସହ ଅଛି ଆଉ ରହିଥିବି। ନିର୍ବାଚନ ରେ ହାରାଜିତ ଲାଗି ରହିଛି। ସେଥିପାଇଁ ମୁଁ ବ୍ୟତିବ୍ୟସ୍ତ ହୋଇ ନାହିଁ। ସୁକିନ୍ଦା ବାସୀ ମୋ ପରିବାର, ସେମାନଙ୍କ ପାଇଁ ମୁଁ ସବୁ କିଛି କରିପାରିବି । ପଦବୀରେ ଥାଇ ସେବା କରୁଥିଲି ଆଉ ଏବେ ମଧ୍ୟ କରୁଛି। ଏମିତି କିଛି କଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ।
ବଙ୍ଗୋପସାଗର ରେ ହୋଇଥିବା ଲଘୁଚାପ ବାତ୍ୟାର ଦାନା ରୂପ ନେଇ ଓଡିଶା ମୁହାଁଇ ଥିବା ବେଳେ ଏନେଇ ରାଜ୍ୟ ସରକାର ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ବେଶ ତତ୍ପର ହୋଇ କାର୍ଯ୍ୟ କରୁଛନ୍ତି।ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ କିଛି ସ୍ବେଛାସେବୀ ଟ୍ରଷ୍ଟ ମଧ୍ୟ ସାହାଯ୍ୟ କରିବା ଦିଗରେ ଆଗେଇ ଆସିଛନ୍ତି।ସେହିଭଳି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ଛାତ୍ର ଏବଂ ଯୁବ ଗୋଷ୍ଠୀଙ୍କୁ ବାତ୍ୟା ଦାନା ର ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି। କିପରି ଲୋକେ ସୁବିଧାରେ ରହିବେ ଏବଂ ବାତ୍ୟା ଆଶ୍ରାୟ ସ୍ଥଳରେ ପହଞ୍ଚିବେ ଏନେଇ ପୁର୍ବତନ ବିଧାୟକ ତଦାରଖ କରିବା ସହ କିଛିବି ଅସୁବିଧାର ସଂମ୍ମୁଖୀନ ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ଗାଁ ଗାଁରେ ପହଁଚି ମତ ଵ୍ୟକ୍ତ କରିଛନ୍ତି।