ବାତ୍ୟା ‘ଦାନା’ପ୍ରଭାବ,ଭାଙ୍ଗିଲା ଶହେରୁ ଉର୍ଦ୍ଧ୍ବ ବର୍ଷର ବିଶାଳକାୟ ଗଛ ।

0 300

ଅମର୍ଦ୍ଦାରୋଡ଼,୨୪/୧୦: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲା ଗୁଡ଼ିକରେ ଆଂଶିକ ପବନ ସହ ବର୍ଷା ଲାଗିରହିଛି । ବାଲେଶ୍ବର ଜିଲାର ଅଧିକାଂଶ ସ୍ଥାନରେ ବୁଧବାର ଅପରାହ୍ଣ ଠାରୁ ବର୍ଷା ଆରମ୍ଭ ହୋଇଛି।ତେବେ ବର୍ଷା ଲାଗିରହିବାରୁ ବସ୍ତା ବ୍ଲକ୍ ଅନ୍ତର୍ଗତ ଦରଡ଼ା-ସାହାଡ଼ା ରାସ୍ତାର ବୃନ୍ଦାବନପୁର ରାଧାକୃଷ୍ଣ ମନ୍ଦିର ସମୁଖରେ ଶହେରୁ ଉର୍ଦ୍ଧ୍ବ ବର୍ଷ ଧରି ଥିବା ଏକ ବିଶାଳକାୟ ବଉଳ ଗଛର ମୂଳ ଦୁର୍ବଳ ହୋଇଯିବାରୁ ଗତକାଲି ବିଳମ୍ବିତ ରାତିରେ ତାହା ରାସ୍ତା ଉପରକୁ ଓଲଟି ପଡ଼ିଥିଲା।ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରୀ ପ୍ରତାପ ପାଳ ଆଜି ସକାଳୁ ସଦଳବଳେ ସେଠାରେ ପହଞ୍ଚି କଟର ମେସିନ ସହାୟତାରେ ଗଛଟିକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉକ୍ତ ରାସ୍ତା ଦେଇ ଯାତାୟାତ ପୁନର୍ବାର ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.