ଆତଙ୍କିତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ – ପ୍ରୀତିରଞ୍ଜନ ।

0 321

ଯାଜପୁର,୨୩/୧୦(ପିପିଟି): ବାତ୍ୟାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ଏହାର ମୁକାବିଲା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ପ୍ରୀତିରଞ୍ଜନ ସୁକିନ୍ଦା ବିଭିନ୍ନ ଗାଁ ବୁଲି ବୁଲି ଲୋକ ମାନଙ୍କୁ ସଚେତନ କରିଛନ୍ତି ଏହା ସହିତ କହିଛନ୍ତି ମୁଁ ସବୁବେଳେ ଆପଣଙ୍କ ସେବାରେ ଅଛି ଓ ରହିଥିବି।ଆପଣମାନେ ସମସ୍ତେ ଜାଣିଛନ୍ତି ବାତ୍ୟା (ଦାନା) ଆସନ୍ତା ୨୪ ତାରିଖ ଗୁରୁବାର ରାତି ଓ ୨୫ ତାରିଖ ଶୁକ୍ରବାର ସକାଳେ ସ୍ଥଳଭାଗ ଅତିକ୍ରମ କରିବ। ଏହିଭଳି ବାତ୍ୟା,ବନ୍ୟା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସହ ଆମେ ବହୁ ଆଗରୁ ପରିଚିତ ହେବା ସହ ଦୃଢ଼ ମୁକାବିଲା ମଧ୍ଯ କରିଛନ୍ତି । ତେଣୁ ଏଥିରେ ଆପଣମାନେ ଅଧିକ ଭୟଭୀତ ନ ହୋଇ ସଜାଗ ଓ ସଚେତନ ରହିବେ। ବର୍ଷା,ବିଜୁଳି ଓ ପବନ ସମୟରେ ପଦାକୁ ନ ବାହାରି ନିରାପଦ ସ୍ଥାନରେ ଆଶ୍ରୟ ନିଅନ୍ତୁ । ମୁଁ ସମସ୍ତଙ୍କୁ ବିଶେଷକରି ଯୁବ-ଛାତ୍ର ଭାଇମାନଙ୍କୁ ଅନୁରୋଧ କରେ କି ପ୍ରତିଥର ପରି ଏଥର ମଧ୍ୟ ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁରକ୍ଷିତ ରଖିବେ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ।)

Leave A Reply

Your email address will not be published.