ପୂର୍ବତନ ବିଧାୟକଙ୍କ ଦ୍ୱାଦଶହ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି।

0 81

ପୋଲସରା , ୨୧/୧୦(ପିପିଟି)  : ପୋଲସରା ଓ କୋଦଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ନିରଞ୍ଜନ ପ୍ରଧାନଙ୍କ ଦ୍ୱାଦଶହ କାର୍ଯ୍ୟକ୍ରମ ଅକ୍ଟୋବର ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଦେଖିବାକୁମିଳିଛି। ସ୍ବର୍ଗତ ନିରଞ୍ଜନ ପ୍ରଧାନ ବିଜୁ ଜନତା ଦଳ ପକ୍ଷରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେଡି ରେ ତାଙ୍କୁ ଅଣଦେଖା କରିବା ଯୋଗୁଁ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ବହୁଦିନ ହେଲେ ସ୍ବର୍ଗତ ପ୍ରଧାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ୧୦/୧୦/୨୦୨୪ ତାରିଖ ଦିନ ୬୭ + ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ସ୍ବର୍ଗତ ନିରଞ୍ଜନ ପ୍ରଧାନ ପୋଲସରା ବ୍ଲକ ଅନ୍ତର୍ଗତ ଘୋଡାପଲାଣ ଗ୍ରାମରେ ୧୬ ମାର୍ଚ୍ଚ ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଦ୍ୱାଦଶହ କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଶ୍ରୀକାନ୍ତ ସାହୁ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ନେତା ନଚିକେତା ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରଧାନ, ନାରୀ ନେତ୍ରୀ ଜୟନ୍ତୀ ପଢିଆରୀ ଓ ଆରତୀ ଦେବୀ, ଆଇନଜୀବୀ ହରପ୍ରସାଦ ଦାସ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ବୁଗୁଡ଼ା ଏନ୍ ଏ ସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଏସ.ସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, କାଶୀନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବୁଗୁଡ଼ା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକ, କେ ନୀଳମାଧବ ଆଚାରୀ, ଗଙ୍ଗାଧର ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇ ସ୍ବର୍ଗତ ନିରଞ୍ଜନ ପ୍ରଦାନଙ୍କ ତୈଳଚିତ୍ରରେ ପୁଷ୍ପ ପ୍ରଦାନ କରି ଆତ୍ମାର ସଦଗତି କାମନା କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.