ମାଲକାନଗିରି ,୧୫/୧୦(ପିପିଟି) :ଏଣେ ଦୁର୍ଗା ପୂଜାରେ ଗାଁର ଲୋକମାନେ ବ୍ୟସ୍ତ ଥିବା ବେଳେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଜଣେ ବିବାହିତ ଯୁବକ ଦୁଷ୍କର୍ମ କରିଥିବା ମୋଟୁ ଥାନାରେ ଅଭିଯୋଗ ହୋଇଛି। ଏହି ସ୍ପର୍ଶ କାତର ଘଟଣା ଟି ମୋଟୁ ଥାନା ଅନ୍ତର୍ଗତ ଏମଭି-୮୦ ଗ୍ରାମରେ ଘଟିଛି। ଯୁବତୀଙ୍କ ଅଭିଯୋଗ ପରେ ମୋଟୁ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଦୁଷ୍କର୍ମ ର ଶିକାର ହୋଇଥିବା ଯୁବତୀର ମାଆ କିଛି ଦିନ ତଳେ ମୃତ୍ୟୁ କରିଥିଲା ବେଳେ ଘରେ ବାପା ଓ ଝିଅ ରୁହନ୍ତି। ଗତ ୧୨ ତାରିଖରେ ବାପା ସନ୍ଧ୍ୟା ସମୟରେ ମାଛ ଧରିବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ ।
ଏଣେ ଏମଭି-୮୦ ଗ୍ରାମରେ ଦଶହରା ଉତ୍ସବରେ ଧୁମଧାମରେ ପାଳନ ହେଉଥିବା ବେଳେ ଲୋକମାନେ ପୂଜା ମଣ୍ଡପ ରେ ରୁଣ୍ଡ ସୋଇଥିଲେ । ବାପା ଘରେ ଅନୁପସ୍ଥିତ ଥିବା ସୁଯୋଗ ନେଇ ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବାର ଜାଣି ଅଭିଯୁକ୍ତ ଯୁବକ ଅଶୋକ ସରକାର(୨୬) ଘରେ ପଶି ଥିଲା ।ହାତରେ ଏକ ଛୁରୀ ଧରି ଯୁବତୀକୁ ଜୀବନ ରୁ ମାରି ଦେବାର ଭୟ ଦେଖାଇ ଦୁଷ୍କର୍ମ କରିଥିଲା । ଏ ନେଇ ଯୁବତୀ ଜଣକ ମୋଟୁ ଥାନାରେ ଅଭିଯୋଗ କରିଛି । ମୋଟୁ ଥାନାରେ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଥାନା କେସ ନମ୍ବର ୧୩୬/୨୪ ଧାରା ୬୪,୧୧୫,୩୫୧,୭୭ ବିଏନସି ମାମଲା ରୁଜୁ କରାଯାଇଛି । ଦୁଷ୍କର୍ମ କରିଥିବା ବିବାହିତ ଯୁବକ ଅଶୋକ ସରକାର ଗ୍ରାମରୁ ଫେରାର ରହିଛି ।ମୋଟୁ ପୋଲିସ ଏସଆଇ ଲକ୍ଷ୍ମୀଧର ଲେଙ୍କା
ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post