କାର ସହ ସ୍କୁଟି ଧକ୍କା,ଚାଳକ ମୃତ୍ୟୁ;କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ ।

0 93

ହରଭଙ୍ଗା,୧୩/୧୦: ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ଅଡେଣିଗଡ ଠାରେ କାର ସହ ସ୍କୁଟି ଧକା ହେବାରୁ ସ୍କୁଟି ଚାଳକର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଅଡେଣିଗାଡ ଗ୍ରାମର ଚିତ ରଞ୍ଜନ ସାହୁ ସ୍କୁଟି ଯୋଗେ ଗୁଣ୍ଡୁରିସହି ଠାରୁ ଘରକୁ ଫେରୁ ଥିବା ବେଳେ ଜାତୀୟ ରାଜପଥ ର ଅଡେଣିଗଡ ର ତେଲିସାହି ଠରେ ଚାରିଛକ ପଟୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ଏକ କାର ସହ ଧକ୍କା ହେବା ଫଳରେ ସ୍କୁଟି ଚାଳକ ଚିତ ରଞ୍ଜନ ସାହୁ ଗୁରୁତର ହୋଇ ପଡି ଥିଲେ । ସଂଗେ ସଂଗେ ତାଙ୍କୁ ଅଡେଣିଗଡ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ତାଙ୍କୁ ବୌଦ୍ଧ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତୁ ହୋଇ ଥିଲା । ମୃତୁ ଖବର ପାଇବା ପେରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ସମ୍ବିତ କୁମାର ସାମଲ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହିତ ହରିଶ୍ଚନ୍ଦ୍ର ସହାୟତା ୩ହଜାର ଟଙ୍କା ପ୍ରଦାନ ପରେ ଦୀର୍ଘ ୫ଘଣ୍ଟା ପରେ ରାସ୍ତାରୋକ ହଟିଥିଲା।

Leave A Reply

Your email address will not be published.