ପାଟଣା,୧୩/୧୦: ଗତକାଲି କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୯ତମ ପ୍ରତିଷ୍ଠା ଦିବସ ଓ ବିଜୟା ଦଶମୀ ପାଳନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଘଟଗାଁ ଶାଖା ପକ୍ଷରୁ ଏକ କାର୍ଯ୍ୟକ୍ରମ ଢେଙ୍କିକୋଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧିକ ସଭାରେ ଭାରତମାତା,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠାତା କେଶବ ବଳରାମ ହେଡ଼ଗେୱାର,ଶ୍ରୀ ଗୁରୁଜୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ସହ ଗୈରିକ ପତକା ଉତ୍ତୋଳନ କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ଏକ ସଞ୍ଚଳନ ବାହାରି ନଗର ପରିକ୍ରମା କରିଥିଲା । ଏଥିରେ ଶତାଧିକ ସ୍ୱୟଂ ସେବକ ଯୋଗ ଦେଇଥିଲେ ତତ୍ପରେ ସରସ୍ବତୀ ଶିଶୁମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପି ଏନ ବି ର ପୂର୍ଵତନ ପ୍ରବନ୍ଧକ କୁଳମଣି ମଣ୍ଡଳ ମୁଖ୍ୟ ଅତିଥି, ମୟୁରଭଞ୍ଜ ବିଭାଗ ର ସେବା ପ୍ରମୁଖ ଖଗେଶ୍ୱର ମହାନ୍ତ ମୁଖ୍ୟ ବକ୍ତା,ଜିଲ୍ଲା ସଙ୍ଘ ଚାଳକ ତଥା କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ଵତନ ଅଧ୍ୟକ୍ଷ ଭାଗିରଥି ପୃଷ୍ଟି, ଘଟଗାଁ ଖଣ୍ଡ ସଙ୍ଘ ଚାଳକ ଦୁର୍ଯ୍ୟୋଧନ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ତୃପ୍ତି ରଞ୍ଜନ ସାହୁ ଅତିଥି ପରିଚୟ କରିଥିଲେ । କେନ୍ଦୁଝର ସାଂସଦ ଅନନ୍ତ ନାୟକ , ଅଖିଳ ପାତ୍ର, କାଳି ଚରଣ ମୁଣ୍ଡା , ଶୁକଦେବ ମହାନ୍ତ,ରମେଶ ମହାନ୍ତ ହୃଦାନନ୍ଦ ମହାନ୍ତ,ପଦ୍ମ ଲୋଚନ ମହାନ୍ତ,ମୋହନ ମହାନ୍ତ,ଅମର ସିଂ, ଡକ୍ଟର ସତ୍ୟବ୍ରତ ସାହୁ,ଜିତେନ୍ଦ୍ର ପଲେଇ,ଲୋକନାଥ ମହାନ୍ତ,ନିରଞ୍ଜନ ମହାନ୍ତ,ମୁକୁନ୍ଦ ମୁଣ୍ଡା ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।