ବେଲଗୁଣ୍ଠାରେ ଧୂମଧାମରେ ଚାଲିଛି ଦୂର୍ଗାପୂଜା ।

0 255

ବେଲଗୁଣ୍ଠା,୧୧/୧୦(ପିପିଟି):ଆରମ୍ଭ ହୋଇଛି ଜଗଜ୍ଜନନୀ ମାଆ ଦୁର୍ଗାଙ୍କର ଦଶହରା ଉତ୍ସବ । ପୀଠ ଗୁଡିକରେ ମହାଷ୍ଟମୀ ପୂଜା ସରିଥିବା ବେଳେ ମୃଣ୍ମୟୀ ଦେବୀଙ୍କର ମହାସପ୍ତମୀ ପୂଜା ସରିଛି । ଏହି ପ୍ରରିପ୍ରେକ୍ଷୀ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଦେବୀ ପୀଠ ଏବଂ ଅସ୍ଥାୟୀ ପୂଜା ମଣ୍ଡପ ଗୁଡ଼ିକ ଉତ୍ସବମୁଖର ହୋଇଛି । ବେଲଗୁଣ୍ଠା ସ୍ଥିତ ମାଆ ବ୍ରାହ୍ମଣୀ ଦେବୀ ମନ୍ଦିର, ମାଆ ଉଖୁଡେଇ ମନ୍ଦିର, ମାଆ ବୁଢାକେନ୍ଦୁ ମନ୍ଦିର, ମାଆ ସିଦ୍ଧେଶ୍ଵରୀ ମନ୍ଦିର ଭଳି ବିଭିନ୍ନ ଦେବୀ ପୀଠରେ ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ମହାଷ୍ଟମୀ ପୂଜା ସମ୍ପନ୍ନ ହୋଇଛି । ସେହିପରି ବେଲଗୁଣ୍ଠାର ବିଭିନ୍ନ ସାହି, ବେଲଗୁଣ୍ଠା, କଣ୍ଟେଇପଲ୍ଲୀ ଏବଂ କ୍ଷତ୍ରିୟବରପୁରସ୍ଥିତ ଟାଟା ପାୱାର୍ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ,କଣ୍ଟେଇପଲ୍ଲୀ ମା ଉଖୁଡେଇ ବଣିକ ସଂଘ, ତରଫରୁ ବିଭିନ୍ନ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କର ପୂଜା ଚାଲିଛି । ବେଲଗୁଣ୍ଠା କଂସାରି ସାହିରେ ମା ଦୁର୍ଗା ଙ୍କ ମେଢ ଦେଖିବାକୁ ବହୁଭକ୍ତ ଜମା ହେଉଥିବା ଦେଖିବାକୁ ମିଳିଛି । କ୍ଷତ୍ରିୟବରପୁର ବିଦ୍ୟୁତ୍ ବିଭାଗରେ କନିଷ୍ଠ ଯନ୍ତ୍ରୀ ରୁଦ୍ର ନାରାୟଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାରେ ଲାଇନ୍ ମ୍ୟାନ୍ ପ୍ରଦୀପ ଭୂୟାଁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦେବୀ ପୀଠ ଗୁଡ଼ିକ ଦିନସାରା ଲୋକାରଣ୍ୟ ରହୁଥିବା ବେଳେ ସନ୍ଧ୍ୟା ହେଲେ ଅସ୍ଥାୟୀ ପୂଜା ମଣ୍ଡପ ଗୁଡିକରେ ଭିଡ଼ ଜମୁଛି । ବିଶେଷ କରି ମାଆ ଦୂର୍ଗାଙ୍କ ଆକର୍ଷଣୀୟ ମୃଣ୍ମୟୀ ପ୍ରତିମା,ମେଢ ଓ ଆଲୋକ ସଜା ଦେଖିବା ପାଇଁ ମଣ୍ଡପ ଗୁଡ଼ିକରେ ଭିଡ଼ ଜମୁଛି । ସେହିପରି ମଣ୍ଡପ ଗୁଡିକ ସମ୍ମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଂକୀର୍ତ୍ତନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଭକ୍ତଙ୍କୁ ବାନ୍ଧି ରଖୁଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.