ସୁକ୍ରଙ୍ଗିରେ ବିଜେପିର ମିଶ୍ରଣ ପର୍ବ; ମିଶ୍ରଣ ପଛରେ ଆନ୍ତରିକତା କମ,ଭୟ ଅଧିକ ।

0 201

ଯାଜପୁର,୦୩/୧୦(ପିପିଟି): ଗତକାଲି ସୁକିନ୍ଦା ନିର୍ବାଚନ ମଣ୍ଡଳୀ କାଳିଆପାଣି ସୁକ୍ରଙ୍ଗି ଗ୍ରାମରେ ବିଜେପିର ଏକ ମିଶ୍ରଣ ପର୍ବ ସହିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ଯୋଗଦାନ କରିଥିଲେ । ଏହି ସଦସ୍ୟତା ଅଭିଯାନରେ ଶତାଧିକ ଗ୍ରାମବାସୀ ଯୋଗଦାନ ମଧ୍ୟ କରିଥିଲେ । ହେଲେ ଏହା ପଛରେ ରହିଥିବା କାରଣ ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ହେଉଛି । ସାଧାରଣ ଲୋକମାନେ ବିଜେପିର ସଦସ୍ୟତା ଗ୍ରହଣ କରିବା ପଛରେ ଆନ୍ତରିକତା କମ ଭୟ ଅଧିକ ବୋଲି ଆଲୋଚନା ହେଉଛି । ସୁକ୍ରଙ୍ଗି ଗ୍ରାମଟି ଖଣି ଓ ଡ଼ମ୍ପ ଘେରରେ ଥିବା ଏକ ଗ୍ରାମ । ବିଗତ ଦିନରେ ଗ୍ରାମର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଗ୍ରାମର ସର୍ବାଧିକ ବ୍ୟକ୍ତି ଖଣିରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଏମାନେ ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ସମର୍ଥକ ଭାବେ ମଧ୍ୟ ପରିଚିତ । ହେଲେ ନିର୍ବାଚନ ପରେ ରାଜନୈତିକ ଆକ୍ରୋଶ ରଖି ଏମାନଙ୍କୁ ଖଣିରେ କାର୍ଯ୍ୟ କରିବାର ସୁଯୋଗ ଦିଆଗଲା ନାହିଁ । ଏ ନେଇ ଗ୍ରାମବାସୀ ପ୍ରତିବାଦ କଲେ ଏମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଗଲା । ଶେଷରେ ବିଜେପିରେ ସାମିଲ ନହେଲେ କାମ ବନ୍ଦ ବୋଲି ଚରମ ବାଣୀ ଶୁଣାଇ ଦିଆଗଲା । ଯାହାର ଫଳ ସ୍ୱରୂପ ଏହି ସରଳ ଆଦିବାସୀ ଲୋକମାନେ ଭୟରେ ବିଜେପିରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଗାଁ ମୁଖିଆଙ୍କ ପିଣ୍ଡାରେ ବସି ସମର୍ଥକଙ୍କ ସହିତ ଭୋଜନ କରିଥିଲେ । ଏଭଳି ଚିତ୍ର ଆଜକୁ ବର୍ଷ ବର୍ଷ ହେଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନଙ୍କ ନିକଟରୁ ଦେଖିବାକୁ ମିଳୁଥିଲା ବେଳେ ଏବର ମନ୍ତ୍ରୀ ଲୋକପ୍ରିୟତାକୁ ଆଳ କରି ପ୍ରୀତିରଞ୍ଜନ ଦେଖାଇଥିବା ରାସ୍ତାରେ ଯାଉଥିବା ଆଲୋଚନା ହେଉଛି । ନିର୍ବାଚନ ପରେ ସୁକିନ୍ଦା ଆଶାନ୍ତ ହୋଇ ଉଠିଥିଲା ବେଳେ ଶାସକ ବିଜେପି କର୍ମୀ ମାନେ ବିଜେଡି କର୍ମୀଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଥିବାର ନଜିର ରହିଛି ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ)

Leave A Reply

Your email address will not be published.