ବ୍ରହ୍ମପୁର,୨୩/୦୯(ପିପିଟି): ରବିବାର ଅପରାହ୍ନ ୪ ଘଟିକା ସମୟରେ ଉକ୍ତଳ ଆଶ୍ରମ ସଭାଗୃହ ଠାରେ ବନ କୁସୁମ ଶିଶୁ ସାହିତ୍ୟ ପ୍ରତିଷ୍ଠାନର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇସାରିଛି। ଆଲୋଚନା ପ୍ରସଙ୍ଗ “ସବୁଜ ବିପ୍ଲବ ରେ ଶିଶୁ ସାହିତ୍ୟ” ସମ୍ପର୍କରେ ଡଃ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଆଲୋଚନା ରେ ନିଜସ୍ୱ ବକ୍ତବ୍ୟରେ କହିଥିଲେ ଯେ ମାଆଙ୍କ ତୁଳସୀ ଚଉରା ର ସନ୍ଧ୍ୟା ଦୀପ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ପାର୍ବଣ ରେ ବ୍ୟବହୃତ ହେଉଥିବା ଡାଳପତ୍ର ଯଥା ଦୁବ, ବରକୋଳି ପତ୍ର, ଆମ୍ବଡ଼ାଳ, କଦଳୀ ପତ୍ର ଆଦି ର ବ୍ୟବହାରକାରୀ ତଥ୍ଯ ଉପସ୍ଥାପନ କରିଥିଲେ। ମୁଖ୍ୟ ସମ୍ପାଦକ କାଳନ୍ଦୀ ଚରଣ ନାୟକ ଅତିଥି ପରିଚୟ କରିଥିବା ବେଳେ ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ମଞ୍ଚ ସଞ୍ଚାଳନ କରିବା ସହ ପଠିତ କବିତା କୁ ସମୀକ୍ଷା କରିଥିଲେ । ସଂସଦର ସଭାପତି ଉମାଚରଣ ମିଶ୍ର ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ଭାବେ ଇଂ ଆଶୁତୋଷ ପାତ୍ର ଓ ସଂଯୋଜକ ଭାବେ ଶଙ୍କର୍ଷଣ ତ୍ରିପାଠୀ ମଞ୍ଚ ସୀନ ଥିଲେ । ଏହି ପ୍ରସଙ୍ଗରେ ଶ୍ବେତପଦ୍ମା ସାହିତ୍ୟ ସଂସଦ ର ସଭାପତି ବିଜୟ ଚନ୍ଦ୍ର ମିଶ୍ର ଆଲୋଚନା ରଖିଥିଲେ। ଏଥିରେ ୧୧ ଟି କବିତା ପଠନ କରିଥିବା ବେଳେ ଗୋଟିଏ ଗଳ୍ପ ପଠନ ହୋଇଥିଲା। ପରିଶେଷରେ ସୁବାସ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।