ନୂଆଖାଇ ମହୋତ୍ସବ କମିଟି ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 311

ବୋଲଗଡ଼,୨୨/୦୯(ପିପିଟି): ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଅନ୍ତର୍ଗତ ସଂପୁର ସ୍ଥିତ ରଜ ପଡିଆ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନୂଆଖାଇ ମହୋତ୍ସବ କମିଟିର ଯୁବକ ମାନେ ଯୋଗଦେଇ ବିଭିନ୍ନ କିସମର ଚାରା ରୋପଣକରିଥିଲେ।ଜୀବ ଜଗତର ସନ୍ତୁଳିତ ପରିବେଶ ନିମନ୍ତେ ବୃକ୍ଷର ନିହାତି ଆବଶ୍ୟକ ରହିଛି।ଏପରିକି ବିଜ୍ଞାନ ଯୁଗରେ ମନୁଷ୍ୟ ବଂଚିବା ତଥା ସୁସ୍ଥ ଜୀବନ ଗଠନ ପାଇଁ ବୃକ୍ଷର ସ୍ଥିତି ଓ ଅବଦାନ ନିହାତି ଜରୁରୀ ହୋଇ ପଡିଛି।ବୃକ୍ଷ ବିନା ସୁସ୍ଥ ପରିବେଶ, ମନୁଷ୍ୟ ବଞ୍ଚିବାର ରାହା ନିଶ୍ଚିତ ଦୁର୍ବିସହ ଏହା ନିଃସନ୍ଦେହ।ବୃକ୍ଷର ଜୀବନ ମନୁଷ୍ୟ ତଥା ଜୀବ ଜଗତ ନିମନ୍ତେ ମୁଦ୍ରାର ଦୁଇପାର୍ଶ୍ୱ ଭଳି ଅଙ୍ଗାଙ୍ଗୀ ଜଡିତ। ବୃକ୍ଷାଦୀର ଆବର୍ତମାନରେ ପ୍ରାଣୀ ଜଗତର ଉଥାନ ସମ୍ପୁର୍ଣ୍ଣ ଅବସମ୍ଭାବୀ। ମନୁଷ୍ୟ ବଂଚିବା ନିମନ୍ତେ ଜଳ ଯେପରି ଆବଶ୍ୟକ,ସେହିପରି ସୁସ୍ଥ ସମାଜ ପାଇଁ ବୃକ୍ଷ ନିହାତି ଜରୁରୀ ରହିଅଛି। ବୃକ୍ଷର ଜରୁରୀ ଆବଶ୍ୟକ ଦୃଷ୍ଟିରୁ ଜସ୍ବସୀ ପ୍ରଧାନମନ୍ତ୍ରୀ ମା ପାଇଁ ଗଛ ଟିଏର ନାରା ଦେଇଛନ୍ତି।ଏଣୁ ଏହି ଅବସରରେ ସଂପୁର ନୂଆଖାଇ ମହୋତ୍ସବ କମିଟି ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଗ୍ରାମର ରଜ ପଡିଆ ଠାରେ ବୃକ୍ଷ ରୋପଣ କରାଯାଇଛି।ଏଥିରେ

ପଂଚାୟତ ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର, ନୂଆଁଖାଇ ମହୋତ୍ସବ କମିଟି ସଭାପତି ନିରଞ୍ଜନ ନାୟକ, ସାମ୍ବାଦିକ ଦେଵବ୍ରତ ହୋତା,ପ୍ରଫୁଲ୍ଲ କୁମାର ସିଂହ,ସୁଶାନ୍ତ ପ୍ରଧାନ,, ଯଦୁ ସାମନ୍ତରାୟ , ପ୍ରମଦ ଚୌଧୁରୀ ବିଦେଶୀ ବସନ୍ତ ରାୟ,ବସନ୍ତ କୁମାର ଦେଓ, ସର୍ବେଶ୍ଵର ସାହୁ,ପ୍ରଶାନ୍ତ ଜେନା, ବୈକୁଣ୍ଠ ଜେନା,ଚିତ୍ତରଞ୍ଜନ ସାହୁ , ସାନ୍ତୁନ ଛୋଟରାୟ, ରାଜେନ୍ଦ୍ର କୁମାର ସ୍ୱାଇଁ,ସୂର୍ୟ କାନ୍ତ ସ୍ୱାଇଁ ,ରଜ୍ କିଶୋର ମହାନ୍ତି, ସୌମ୍ୟ ରଂଜନ ବିଶ୍ଵାଳ ଓ କମିଟିର ବହୁ ସଦସ୍ୟ ଯୋଗ ଦେଇ ଚାରା ରୋପଣ କରିଥିଲେ।ବବୁଆ,ଗୋବିନ୍ଦ, ସୁର୍ୟ କାନ୍ତ ସାହୁ , ଛିକୁ, ମିଟୁ,ଅମର,ଦିଲୁ,ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.