ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ ।

0 304

ସିମୁଳିଆ,୨୧/୦୯:ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁଝାଡ଼ି ପଞ୍ଚାୟତର ଉମାକାନ୍ତ ଖିଲାରଙ୍କ ପୁଅ ମହେଶ୍ବର ଖିଲାର(୩୫)ବର୍ଷ ସନ୍ଧ୍ୟା ସମୟରେ ଘରେ ବିଦ୍ୟୁତ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ଏକ ଅଟୋ ସାହାଯ୍ୟରେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମାତ୍ର କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହେଶ୍ବରଙ୍କ ୮ବର୍ଷର ପୁଅ ଓ ୫ବର୍ଷର ଝିଅ ଅଛି ।

Leave A Reply

Your email address will not be published.