ବୋଲଗଡ଼,୧୮/୦୯(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ର ଗୋଡିଆଳି ଗ୍ରାମର ସଦାଶିବ ନାୟକ(୩୯) ପେସାରେ ଜଣେ ଡ୍ରାଇଭର ଥିଲେ। ଗାଡି ଚଲାଇ ଯାହା ରୋଜଗାର କରୁଥିଲେ ତାଙ୍କର ପରିବାର ସୁରୁଖୁରୁରେ ଚଳି ଯାଉଥିଲା। କିନ୍ତୁ ସମୟ ଚକ୍ରରେ ତାଙ୍କର ଭାଗ୍ୟ ସାଥ ଦେଲାନାହିଁ। ୨୦୧୨ ମସିହାରେ ଯାହାକି ୧୧ବର୍ଷପୂର୍ବେ ଗାଡି ଦୃଘଟଣାରେ ଅଣ୍ଟାଠାରୁ ଦୁଇ ଗୋଡ ଅଚଳ, ଏପରିକି ସମ୍ପୂର୍ଣ୍ଣ ଶରୀର ଅଚଳ ହୋଇ ଯାଉଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, ପାଖରେ ଯାହା ଟଙ୍କା ଥିଲା ସବୁ ଦେହରେ ଖର୍ଚ୍ଚ ହୋଇଯାଇଥିଲା। ପାଖରେ ଅର୍ଥ ଅଭାବରୁ ତାଙ୍କର ଧର୍ମପତ୍ନୀ ଜଲି ନାୟକ ଘରକୁ ଆଣିଥିଲେ। ଯାହାକି ବର୍ତ୍ତମାନ ସୁଦ୍ଧା ସଦାଶିବ ଗୋଟିଏ ଶେଜରେ ପଡିରହିଛନ୍ତି। ଏପରିକି ସେହି ଗୋଟିଏ ଜାଗାରେ ନିତ୍ୟ କର୍ମ ଠାରୁ ଧରି ଖାଇବା ପର୍ଯନ୍ତ ତାଙ୍କର ପତ୍ନୀ କରାଇଥାନ୍ତି। ପରିବାର କହିଲେ ତାଙ୍କର ପତ୍ନୀ ଜଲି ନାୟକ(୩୭) ଓ ଏକମାତ୍ର ଝିଅ ଲକ୍ଷ୍ମୀପ୍ରିୟଦର୍ଶନୀ ଦଶମ ଶ୍ରେଣୀରେ ପଢୁଛନ୍ତି । ଜମିବାଡି କହିଲେ କିଛି ନାହିଁ, ରାସନ ଚାଉଳ ସାହା ଭରଷା,ଓଳିଏ ଖାଇଲେ ଓଳିଏ ଉପବାସ। ଅର୍ଥ ଅଭାବରୁ ଠିକ ରେ ଚିକିତ୍ସା ହୋଇପାରୁନି। ସରକାରୀ ସ୍ତରରେ ହେଉ ଅବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ ର ହାତ ବଢାଇଲେ ଚିକିତ୍ସା କରିପାରନ୍ତେ ବୋଲି ତାଙ୍କ ପତ୍ନୀ ଜଲି ନାୟକ କହିଛନ୍ତି।
ଯୋଗାଯୋଗ -7377026613,
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)